ETV Bharat / state

ଲଗାଣ ବର୍ଷାରେ ବାହ୍ୟଜଗତରୁ 3 ଗ୍ରାମ ବିଚ୍ଛିନ୍ନ

ଲଗାଣ ବର୍ଷା କାରଣରୁ ବାହ୍ୟଜଗତରୁ ଖଇରପୁଟ ବ୍ଲକର 3 ଗ୍ରାମ ବିଚ୍ଛିନ୍ନ ହୋଇଛି । ପୋଲ ଧୋଇଯିବା କାରଣରୁ ରୋଗୀଙ୍କୁ ଡାକ୍ତରଖାନାକୁ ନିଆଯିବାରେ ସମସ୍ୟା ଦେଖାଦେଇଛି ।

author img

By

Published : Sep 1, 2019, 2:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନାଗିରି

ମାଲକାନାଗିରି: ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ମାଲକାନଗିରିର ତିନିଖଣ୍ଡ ଗ୍ରାମ । ଶୁକ୍ରବାରର ଲଗାଣ ବର୍ଷା ଯୋଗୁଁ ଖଇରପୁଟ ବ୍ଲକର ସଦର ମହକୁମାର ମାଝୀଗୁଡା,କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ତିନୋଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଅନେକ ରୋଗୀ ଫସି ରହିଥିବା ସୂଚନା ମିଳିଛି । ଅସ୍ଥାୟୀ ପୋଲଟି ଧୋଇ ଯାଇଥିବାରୁ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନା ନେଇ ପାରୁନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନାଗିରି

ଗ୍ରାମବାସୀ ସ୍ୱାସ୍ଥ୍ୟ ସହ ଗମନାଗମନ ସହିତ ନିତିଦିନିଆ ସାମଗ୍ରୀ ଜିନିଷପତ୍ର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି କର୍ଣ୍ଣପାତ କରୁନଥିବା ବାରମ୍ବାର ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ମଧ୍ୟ ସମାନ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥିଲା । ସେହି ସମୟରେ ଏସଡିପିଓଙ୍କ ନେତୃତ୍ବରେ ମାଲକାନାଗିରି ପୋଲିସ କର୍ମଚାରୀ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସମାନ ଅସୁବିଧା ଦେଖିବାକୁ ମିଳିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର କୁଣ୍ଡୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଗତକାଲି ରାତିର ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ମାଲକାନଗିରି ର ତିନିଖଣ୍ଡ ଗ୍ରାମ।
Body: ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ସଦର ମହକୁମାର ମାଝୀଗୁଡା,କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ତିନୋଟିଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଅନେକ ରୋଗୀ ମଧ୍ୟ ଫସି ରହିଥିବା ସୂଚନା ମିଳୁଛି । ଚଳିତ ବର୍ଷ ତିନି ତିନି ଥର ସାମାନ୍ୟ ବର୍ଷା ରେ ଅସ୍ଥାୟୀ ପୋଲ ଟି ଧୋଇ ଯିବାରୁ ତିନିଖଣ୍ଡ ଗ୍ରାମର ଶତାଧିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଗ୍ରାମ ନିକଟରେ ଥିବା ଅସ୍ଥାୟୀ ପୋଲଟି ଧୋଇ ଯିବାରୁ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟ ମାନେ ମେଡିକାଲ ନେଇ ପାରୁ ନାହାଁନ୍ତି ଏବଂ ଖଇରପୁଟ ବ୍ଲକ ସଦର ପଞ୍ଚାୟତ ର ତିନୋଟି ଗ୍ରାମ ବିଛିନ୍ନ ହେଉଥିବା ବେଳେ ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟ, ଗମନାଗମନ ସହିତ ନୀତି ସାମଗ୍ରୀ ଜିନିଷପତ୍ର ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ ହେଉ କି ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିବା ବାରମ୍ବାର ଅଭିଯୋଗ ହେଉଛି। କିଛି ଦିନ ପୂର୍ବରୁ ଲଗାଣ ବର୍ଷାରେ ବେହାଲ ହୋଇ ଥିବା ମାଲକାନଗିରି ଜିଲ୍ଲାରେ ଏହି ଅଞ୍ଚଳରେ ପୋଲ ଭାସି ଯାଇଥିବା ବେଳେ 5 ଜଣ ରୋଗୀ ଫସି ରହିଥିବା ବେଳେ ଚିତ୍ରକୋଣ୍ଡା ଏସ ଡି ପି ଓ ଙ୍କ ନେତୃତ୍ୱରେ ମାଲକାନଗିରି ପୋଲିସ କର୍ମଚାରୀ ପହଁଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୁଣି ଆଜି ସମାନ ଅବସ୍ଥା ସୃଷ୍ଟି ହେବାରୁ ଗଣମାଧ୍ୟମ ରୁ ସୂଚନା ପାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର କୁଣ୍ଡୁ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି।Conclusion:ଦେଖିବାକୁ ବାକି ରହିଲା ଯେ ତିନିଖଣ୍ଡ ଗ୍ରାମର ଦୁଃଖ ଜିଲ୍ଲା ପ୍ରଶାସନ ଶୁଣୁଛନ୍ତି।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.