ETV Bharat / state

ବର୍ଷାରେ ବେହାଲ ମାଲକାନଗିରି, ବୃଦ୍ଧି ପାଉଛି ବିଭିନ୍ନ ନଦୀ ଜଳସ୍ତର - heavy rain in malkangiri

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଗୁଆ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ଅଗ୍ନିଶମ ଅଧିକାରୀ, ବିଡ଼ିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Sep 12, 2019, 7:42 PM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ପୁଣି ଥରେ ବେହାଲ ହୋଇଛି ଜିଲ୍ଲା । ସମସ୍ତ ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା ବେଳେ ସାବେରୀ, ସିଲେରୁ, ସପ୍ତଧାରା ଓ ପୋଟେରୁ ନଦୀରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ବରେ ରହିଛି । ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଅଗ୍ନିଶମ ଅଧିକାରୀ, ବିଡ଼ିଓ ଓ ତହସିଲଦାର ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି-ମୋଟୁ ରାସ୍ତାର ଏମଭି 96 ଗାଁର ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ଫଳରେ ମାଲକାନଗିରି ରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ବରେ ଅନେକ ଲୋକ ଫସି ରହିଛନ୍ତି । ସେହିପରି କାଲିମେଳା ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କ ଘର ଦ୍ବାର ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଯଦି ଏପରି ବର୍ଷା ଲାଗି ରହେ ତେବେ ପୋଟେରୁ, ପୋଡିଆ, କୋରକୋଣ୍ଡା ଓ ମୋଟୁ ଅଞ୍ଚଳର ସମସ୍ତ ଗାଁ ବନ୍ୟା ପାଣିରେ ବୁଡିବାର ଆଶଙ୍କା ରହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଗୁଁ ପୁଣି ଥରେ ବେହାଲ ହୋଇଛି ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ନଦୀରେ ଜଳ ପତନ ବୃଦ୍ଦି ପାଇଥିବା ବେଳେ ସାବେରି, ସିଲେରୁ, ସପ୍ତଧାରା ଓ ପୋଟେରୁ ନଦୀରେ ଜଳ ସ୍ତର ବିପଦ ସଂଙ୍କେତ ଉପରେ ରହିଛି । Body:ମାଲକାନଗିରି ଠାରୁ ମୋଟୁ ରାସ୍ତାର ଏମ.ଭି 96 ଗ୍ରାମ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ମାଲକାନଗିରି ଠାରୁ ମୋଟୁ ୩୨୬ନମ୍ବର ରାସ୍ତା ରେ ଯୋଗାଯୋଗ ବିଛିନ୍ନ ହୋଇଛି । ଉଭୟ ପୋଟେ ଅନେକ ଯାତ୍ରୀ ଫସି ରହିଛନ୍ତି । କାଲିମେଳା ବ୍ଲକର ତଳିଆ ଅଞ୍ଚଳର ଲୋକଙ୍କ ଘର ଦ୍ବାର ପାଣିରେ ବୁଡି ରହିଥିବା ବେଳେ ଲୋକେ ଆଦୌ ଘରୁ ବାହାରି ପାରୁନାହାନ୍ତି । ଆଉ କିଛି ସମୟ ଯଦି ଏପରି ଭାବେ ବର୍ଷା ଲାଗିରହେ ତାହା ହେଲେ ପୋଟେରୁ, ପୋଡିଆ, କୋରକୋଣ୍ଡା ଓ ମୋଟୁ ଅଞ୍ଚଳର ସମସ୍ତ ଗାଁ ପାଣିରେ ବୁଡିବାର ଆଶଙ୍କା ରହିଛି । ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଫାୟାର ଅଧିକାରୀ, ବିଡ଼ିଓ ଓ ତହସିଲଦାର ମାନଙ୍କୁ ସତର୍କ କରାଯାଈଥିବା ଜଣାପଡିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.