ମାଲକାନଗିରି: ଜିଲ୍ଲାରେ ମାତିଲେ ନକଲି ସୁନା ବ୍ୟବସାୟୀ । ବିନା ରସିଦରେ ଲୋକଙ୍କୁ ସୁନା ବିକ୍ରି କରି ଠକିବା ସହ ସରକାରଙ୍କୁ ଜିଏସଟି ଫାଙ୍କୁ ଥିବାର ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପରେ ଗତକାଲି ଜିଲ୍ଲାର ସଦର ମହକୁମା ଆର.କେ.ସୁନା ଦୋକାନି ଉପରେ ଚଢାଉ କରିଥିଲା ବ୍ରହ୍ମପୁର ଓ ରାୟଗଡା ଜିଏସଟି କମିଶନ (GST Commission raid in gold shop ) ।
ଡେପୁଟି କମିଶନର ଦେବ କଲ୍ୟାଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଏହି ସୁନା ଦୋକାନ ଉପରେ ଚଢାଉ କରିଛି । ସୁନା ଦୋକାନର ମାଲିକ ଗୌରାଙ୍ଗ କର୍ମାକରଙ୍କ ଘର ଏବଂ ଦୋକାନ ଉପରେ ଚଢାଉ କରାଯାଇ ଯାଞ୍ଚ କରାଯାଇଥିଲା । ଗଚ୍ଛିତ ସୁନା ସହ ଷ୍ଟକ ରେକର୍ଡ ମେଳ କରାଯିବ । ଯଦି ଷ୍ଟକ ରେକର୍ଡ ସହ ସୁନାର ମେଳ ନହୁଏ ତେବେ ଟ୍ୟାକ୍ସ ଏବଂ ଜରିମାନା ଆଦାୟ କରାଯିବ ବୋଲି ଡେପୁଟି କମିଶନର ଶ୍ରୀ ବେହେରା କହିଛନ୍ତି । ତେବେ ଏହି ସୁନା ଦୋକାନରେ ଚଢାଉ ପରେ ଜିଲ୍ଲାର ଅନେକ ସୁନା ଦୋକାନରେ ଏବେ ତାଲା ଝୁଲୁଛି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ