ETV Bharat / state

ଗୋବିନ୍ଦପାଲି ନାବାଳିକା ଦୁଷ୍କର୍ମ ମାମଲା: ଲେଖାଶ୍ରୀଙ୍କ ଅଭିଯୋଗକୁ ପୋଲିସର ଖଣ୍ଡନ - lekhashree

ମାଲକାନଗିରି ପୋଲିସର କାର୍ଯ୍ୟଶୈଳୀ ଉପରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖଛି ଜିଲ୍ଲା ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Apr 26, 2019, 2:04 PM IST

ମାଲକାନାଗିରି : ପୁଣି କଡ ଲେଉଟେଇଲା ମାଲାକାନଗିରିର ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲା । ଗତ 2017ରେ ଗୋବିନ୍ଦପାଲିରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ପୋଲିସକୁ ଟାର୍ଗେଟ କରିଛି ବିଜେପି ମହିଳା ମୋର୍ଚ୍ଚା । ସେପଟେ ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଲକାନଗିରିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।

ପ୍ରକାଶ ଯେ, ଗତ 2017ରେ ଗୋବିନ୍ଦପାଲିରେ ପୀଡାତଙ୍କୁ କଲେଜ ପରିସରରେ ଦୁଷ୍କର୍ମ କରାଯିବା ସହ ତାଙ୍କର ନଗ୍ନ ଫଟୋ ଓ ଭିଡିଓକୁ ଭାଇରାଲ କରାଯାଇଥିଲା । ସେହି ସମୟରେ ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଏହି ମାମଲାରେ କଲେଜର ଅଧ୍ୟାପକ ସମେତ 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଏ ଘଟଣାରେ ଜଡିତ ଥିବା ଅଭିଯୁକ୍ତ ହାଇକୋର୍ଟରୁ ଜାମିନରେ ଆସିଥିଲେ । ଅନ୍ୟପଟେ ନ୍ୟାୟ ନ ପାଇବାରୁ ପୀଡିତା ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏପରିକି ଗତ କିଛି ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରି ଭୁବନେଶ୍ୱରସ୍ଥିତ ଏମସ୍‌ରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପୀଡିତାଙ୍କୁ ମେଡିକାଲରେ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ଏ ଘଟଣାରେ ଲେଖାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନାଗିରି ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ଗଣ ଦୁଷ୍କର୍ମରେ ଜଡିତ ମୁଖ୍ୟ 2 ଅଭିଯୁକ୍ତକୁ ପୋଲିସ ଗିରଫ କରି ପରବର୍ତ୍ତୀ ସମୟରେ ଛାଡି ଦେଇଥିଲା ।

ପରେ ହାଇକୋର୍ଟଙ୍କ ନିକଟକୁ ଯିବାରୁ କୋର୍ଟଙ୍କ ଆଦେଶ ସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କରି ନାହିଁ ବୋଲି ଲେଖାଶ୍ରୀ ଅଭିଯୋଗ କରିଥିଲେ । ଏହାର ଜବାବ ରଖିଛି ମାଲକାନଗିରି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗଣାମାଧ୍ୟମ ଯୋଗେଁ ଜଣାଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉଦ୍ଧବ ଚରଣ ନାୟକ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ଆନନ୍ଦପୁର- ଘସିପୁରା ନିର୍ବାଚନ ମଣ୍ଡଳୀ ରେ ୩ୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାନପଦନା ର  ୧୭୬ ନଂ ବୁଥ ରେ ହୋହାଲ୍ଲା ହେବାରୁ ମୁତୟନ ଥିବା ପୋଲିସ ସମସ୍ତଙ୍କୁ ବାହାର କୁ ବାହାର କରିଦେଇଥିଲେ । ଏହାକୁ କେନ୍ଦ୍ର କରି ମନ୍ତ୍ରୀ ଓ ସ୍ଥାନୀୟ ପୋଲିସ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।ପ୍ରତିବାଦ କରି ଧାରଣା ରେ ବସିବାକୁ ଉଦ୍ୟମ କରୁଥିବା ବେଳେ ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.