ମାଲକାନଗିରି: କୋରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ଦେବାକୁ କହି ଟଙ୍କା ହଡପ କରୁଥିବା ଅଭିଯୋଗ । ମାଲକାନଗିରିରେ ଦୁଇ ଗିରଫ । ଗିରଫ ଦୁଇ ଅଭିଯୁକ୍ତ ସୌରଭ ଦାସ ଓ ଦିବ୍ୟ ରଞ୍ଜନ କଂସ ହୋଇଥିବା ସୂଚନା ।
ସୂଚନା ଅନୁସାରେ, ଦୁହେଁ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ କହିବା ସହ କୋରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ଯୋଗାଇ ଦେବେ ବୋଲି ମେଡିକାଲ କର୍ମଚାରୀଙ୍କୁ କହିଥିଲେ । ହେଲେ ଏଥିପାଇଁ ମେଡିକାଲ କର୍ମଚାରୀଙ୍କୁ କିଛି ରେଜିଷ୍ଟ୍ରେସନ ଫି ଦେବାକୁ ପଡିବ ବୋଲି କହି ସେମାନଙ୍କ ଠାରୁ ଟଙ୍କା ହଡପ କରୁଥିଲେ । ଏନେଇ ପୋଲିସ ଖବର ପାଇବା ପରେ ଦୁହିଁଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ