ETV Bharat / state

ମାଲକାନଗିରିରେ ସମସ୍ତ ସ୍କୁଲ ବନ୍ଦ - ମାଲକାନଗରିରେ ବନ୍ୟା

ଲଗାଣ ବର୍ଷା ଯୋଗୁଁ ମାଲକାନଗରିରେ ବନ୍ୟା ପରିସ୍ଥିତି । ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 7, 2019, 11:49 AM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାର ବିଭିନ୍ନ ନଦୀରେ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । କାଙ୍କୁରୁକୋଣ୍ଡା, ପୋଟେରୁ, କୋରୁକୋଣ୍ଡା, ପାଙ୍ଗମ ଓ ଏମ.ଭି.୩୭ ନଦୀ ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଫଳରେ ମାଥିଲି, କାଲିମେଳା, ପଡିଆ ଓ କୋରୁକୋଣ୍ଡା ବ୍ଲକର ଅନେକ ଅଞ୍ଚଳ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ମାଲକାନଗିରିଠାରୁ ଜୟପୁରକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି । ୩୨୬ ନମ୍ବର ଜାତୀୟ ରାଜ ପଥର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଯାନ ବାହାନ ଆଉ ଏହାର ମଝିରେ ପ୍ରବାହିତ ହେଉଛି ବନ୍ୟା ପାଣି ।

ଗତ 15ଦିନ ମଧ୍ୟରେ ତିନି ତିନି ଥର ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଖି ମାଲକାନଗିରି ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବନ୍ଦ କରିବାକୁ କହିଛନ୍ତି । ଜିଲ୍ଲାର ସମସ୍ତ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ପୁଣି ଥରେ ଲୋକଙ୍କୁ ଦିଆ ଯିବା ସହ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ଆଇଆଇସି ଓ ଫାଇର, ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:xBody:xxConclusion:xxx
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.