ETV Bharat / state

ଦୁର୍ଗମ ଗଙ୍ଗାପଡାରେ ଜ୍ବର ଝାଡାବାନ୍ତି ଆତଙ୍କ

author img

By

Published : Jun 1, 2021, 10:35 AM IST

ମାଲକାନଗିରି ଦୁର୍ଗମ ଗଙ୍ଗାପଡା ଗ୍ରାମରେ ଜ୍ବର-ଝାଡାବାନ୍ତି ଆତଙ୍କ । ଗ୍ରାମବାସୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କଲେ ଡାକ୍ତର ଟିମ୍ । ଅଧିକ ପଢନ୍ତୁ...

ଦୁର୍ଗମ ଗଙ୍ଗାପଡାରେ ଜ୍ବର ଝାଡାବାନ୍ତି ଆତଙ୍କ
ଦୁର୍ଗମ ଗଙ୍ଗାପଡାରେ ଜ୍ବର ଝାଡାବାନ୍ତି ଆତଙ୍କ

ମାଲକାନଗିରି: ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ଦୁର୍ଗମ ଗଙ୍ଗାପଡା ଗ୍ରାମରେ ବ୍ୟାପୁଛି ଜ୍ବର ଏବଂ ଝାଡ଼ା ବାନ୍ତି । ପ୍ରାୟ ୩୦ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା କୁହାଯାଉଥିବା ବେଳେ କିନ୍ତୁ ପୁରା ଗାଁ ଆକ୍ରାନ୍ତ ହୋଇଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଗଙ୍ଗାପଡାରେ ସ୍ଥିତି ସାଂଘାତିକ ହୋଇଥିବାର ଖବର ପାଇ ଗୋଟିଏ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଛନ୍ତି ।

ଦୁର୍ଗମ ଗଙ୍ଗାପଡାରେ ଜ୍ବର ଝାଡାବାନ୍ତି ଆତଙ୍କ

ସୂଚନା ଅନୁଯାୟୀ, କିଛିଦିନ ହେଲା ଗଙ୍ଗାପଡ଼ା ଗାଁରେ ଜ୍ବର ଏବଂ ଝାଡ଼ା ବାନ୍ତିର ପ୍ରକୋପ ବଢ଼ିବାରେ ଲାଗିଥିଲା । ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଗାଁକୁ ପକ୍କା ରାସ୍ତା ମଧ୍ୟ ନାହିଁ । ଏପରି ସ୍ଥିତିରେ ଗାଁରୁ ରୋଗୀଙ୍କୁ ଡାକ୍ତରଖାନା ମଧ୍ୟ ନିଆଯାଇ ପାରିନଥିଲା । ଭଗବାନ ଭରସାରେ ବଞ୍ଚିବା ପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗ୍ରାମବାସୀ । ତେବେ କୌଣସି ସୂତ୍ରରୁ ଏନେଇ ଜିଲ୍ଲା ପ୍ରଶାସନ ଖବର ପାଇଥିଲେ । ଏହାପରେ ତୁରନ୍ତ ଗାଁକୁ ଡାକ୍ତରୀ ଟିମ୍ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ । ଗୋଟିଏ ଟିମ୍ ଗାଁରେ ପହଞ୍ଚିବା ପରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । କିଛି ସନ୍ଦିଗ୍ଧଙ୍କ କୋରୋନା ପରୀକ୍ଷା ବି ଆଣ୍ଟିଜେନ୍ କିଟ୍ ଦ୍ବାରା ହୋଇଥିବା ସୂଚନା ମିଳିଛି । ତେବେ ରିପୋର୍ଟ କ’ଣ ଆସିଲା ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

ସେହିପରି ଜ୍ବର ଝାଡା ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି । ଗୋଟିଏ ପଟେ ଲକଡାଉନ ଗ୍ରାମବାସୀଙ୍କ ଉପରେ ଦାଉ ସାଜିଥିବା ବେଳେ ଅନ୍ୟପଟେ ଅଜଣା ରୋଗର ଶିକାର ହୋଇ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏନେଇ ସିଡିଏମଓ ପ୍ରଫୁଲ୍ଲ ନନ୍ଦଙ୍କୁ ଯୋଗାଯୋଗ କରାଯିବା ପରେ ଗାଁକୁ ଡାକ୍ତରୀ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଗ୍ରାମରେ ୧୫ରୁ ଊର୍ଦ୍ଧ୍ବ ଜ୍ବରରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ପରେ ୫ ଜଣଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଛି । ବାକି ଅନ୍ୟମାନେ ଠିକ୍ ଥିବା ସିଡିଏମ୍ଓ‌ ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.