ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ! - ପୂର୍ବ ଶତ୍ରୁତାରୁ ଆକ୍ରମଣ

ମାଲକାନଗିରିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଖବରପାଇ ପୋଲିସ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Nov 12, 2022, 10:18 AM IST

ମାଲକାନଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ! ଶୁକ୍ରବାର ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୌଡଗୁଡା ଛକ ନିକଟରେ ଜଣେ ଯୁବକକୁ କେହି ଦୁବୃର୍ତ୍ତ ମରଣାନ୍ତକ ଆକ୍ରମଣ କରି ଫିଙ୍ଗି ଦେଇଥିଲେ । ଖବରପାଇ ପୋଲିସ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଯୁବର ଜଣକ ହେଲେ ସ୍ଥାନୀୟ ଏଜୁକେସନାଲ କଲୋନୀର ଶ୍ରୀମନ୍ତ ବରାଳ । ତାଙ୍କର ବୟସ ୨୬ ବର୍ଷ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:ଧାମନଗର ପରାଜୟ ପଛରେ ରହିଛି ପରିଚାଳନା ତ୍ରୁଟି: ବିଜେଡି ବିଧାୟକ

ଶୁକ୍ରବାର ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୌଡଗୁଡା ଛକ ନିକଟରେ ଜଣେ ଯୁବକକୁ କେହି ଦୁବୃର୍ତ୍ତ ମରଣାନ୍ତକ ଆକ୍ରମଣ କରି ଫିଙ୍ଗି ଦେଇଥିଲେ । ଏହାଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯୁବର ଜଣକ ହେଲେ ସ୍ଥାନୀୟ ଏଜୁକେସନାଲ କଲୋନୀର ଶ୍ରୀମନ୍ତ ବରାଳ, ବୟସ ୨୬ ବର୍ଷ ବୋଲି ଜଣାପଡିଛି ।

ତେବେ ଏନେଇ ପରିବାରଲୋକେ କିଛି ଜାଣିନଥିବା କହିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ନେଇ ପୋଲିସ ସନ୍ଦେଗ କରୁଛି । ଏହି ଘଟଣାକୁ ନେଇ ଶ୍ରୀମନ୍ତଙ୍କ ବଡଭାଇ ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମାଲକାନଗିରି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଅପରପକ୍ଷେ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ୟୁପିରେ ଲଜ୍ଜା: ତିନି ତଲାକ ପରେ ମହିଳାଙ୍କୁ ଦୁଷ୍କର୍ମ କଲେ ସ୍ବାମୀ ଓ ଦିଅର

ଏନେଇ ମାଲକାନଗିରି ଥାନାଅଧିକାରୀ କହିଛନ୍ତି, "ଶୁକ୍ରବାର ଅପରାହ୍ନରେ ଆମକୁ ଫୋନ ଆସିଥିଲା । ଜଣେ ବ୍ୟକ୍ତିଙ୍କୁ କେନାଲ ପାଖରେ ଆକ୍ରମଣ କରି ଫିଙ୍ଗିଦେଇଛନ୍ତି । ଖବରପାଇ ଆମର ଏକ ଟିମ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ ଗୁରୁତର ଯୁବକଙ୍କ ଭାଇ ଆସି ଥାନାରେ ଏତଲା ଦେଇଛନ୍ତି । ଏନେଇ ଆମେ ତଦନ୍ତ ଆରମ୍ଭ କରୁଛୁ । ଖୁବଶୀଘ୍ର ଅପରାଧିଙ୍କୁ ଧରିବୁ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.