ମାଲକାନଗିରି: ଜିଲ୍ଲାରେ କୋରୋନା କଟକଣା ନ ମାନିବାରୁ ସିଲ୍ ହେଲା ଏକ ଫାଷ୍ଟ ଫୁଡ୍ ଦୋକାନ । ମାଲକାନଗିରି ତହସିଲ ଅଫିସ ସମ୍ମୁଖରେ ଥିବା ଏହି ଫାଷ୍ଟ ଫୁଡ୍ ସେଣ୍ଟରଟି ଜିଲ୍ଲା ପ୍ରଶାସନର କୌଣସି କଟକଣାକୁ ନ ମାନି ଦିନ ରାତି ଖୋଲୁଥିଲା । ଜନଗହଳିକୁ ଦେଖି ଜିଲ୍ଲା ପ୍ରଶାସନ ଏହି ଦୁଇଟି ଷ୍ଟଲକୁ ସିଲ୍ କରିଛି ।
ଛତିଶଗଡରେ କୋରୋନା ମହାମାରୀର ଭୟାବହତା ଦେଖାଦେଇଥିବାବେଳେ ଜିଲ୍ଲା ପ୍ରଶାସନ ପୂର୍ବରୁ ମାଲକାନଗିରି ଛତିଶଗଡ ସୀମାକୁ ସିଲ୍ କରିଛି । ହେଲେ ଛତିଶଗଡରେ ଥିବା ନିଜର ସମ୍ପର୍କୀୟଙ୍କୁ ଆଉ ମାଲକାନଗିରି ନ ଡାକିବା ସହ କେହି ଛତିଶଗଡ ନ ଯିବା ଲାଗି ଜିଲ୍ଲା ପ୍ରଶାସନ ମାଇକ ଜରିଆରେ ପ୍ରଚାର କରିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ