ETV Bharat / state

ମାଡି ଆସୁଛି ବାତ୍ୟା, ଫସଲକୁ ନେଇ ଚିନ୍ତାରେ ମାଲକାନଗିରି ଚାଷୀ

author img

By ETV Bharat Odisha Team

Published : Dec 4, 2023, 9:11 AM IST

ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ମାଲକାନଗିରି ଚାଷୀ । ଆଗକୁ ବର୍ଷା ସମ୍ଭାବନା ଥିବାରୁ ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗି ପଡ଼ିଛନ୍ତି । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ
ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ
ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ

ମାଲକାନଗିରି: ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତ ରୂପ ନେଇଛି । ଏହା ଆନ୍ଧ୍ର ଓ ତାମିଲନାଡୁ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ତେବେ ବର୍ଷାକୁ ନେଇ ଚିନ୍ତାରେ ମାଲକାନଗିରି ଚାଷୀ । ଆଗକୁ ବର୍ଷା ସମ୍ଭାବନା ଥିବାରୁ ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗି ପଡ଼ିଛନ୍ତି ମାଲକାନଗିରି ଚାଷୀ । ଚାଷୀମାନେ କିଏ ୨ ଏକର ତ ଆଉ କିଏ ୪ ଏକର ଧାନ ଚାଷ କରିଥିଲେ । ହେଲେ ପାଣିପାଗ ବିଭାଗ ଠାରୁ ବାତ୍ୟା ସୂଚନା ପାଇବା ପରେ ନିଜ ନିଜ ଧାନ ଫସଲ ଗୁଡିକୁ ଗଛିତ କରିବା ସହିତ ଜରି ଘୋଡାଇ ରଖିବାରେ ଲାଗିଛନ୍ତି ଚାଷୀ ।

ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା କୃଷି ଅଧିକାରୀ ଡାକବାଜି ଯନ୍ତ୍ର ଯୋଗେ ଗାଁଗାଁ ବୁଲି ଚାଷୀଙ୍କୁ ସଚେତନ କରୁଛନ୍ତି । କଟା ହୋଇଥିବା ଧାନକୁ ସୁରକ୍ଷିତ ରଖିବା, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖିବା ତଥା ପନିପରିବା ଓ ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୃଷିବିଭାଗ ପକ୍ଷରୁ ସଚେତନ କରାଯାଉଛି । ସେହିପରି କୌଣସି ଚାଷୀର ଯଦି ଫସଲ ନଷ୍ଟ ହୁଏ ସେଥିପାଇଁ ସରକାରଙ୍କ କୃଷି ସହାୟତା ମାଧ୍ୟମରେ କ୍ଷତିପୂରଣ ଯୋଗାଇ ଦିଆଯିବ । ଏଥିସହ ଚାଷୀଙ୍କ ଅମଳ ଫସଲ ଘୋଡାଇ ରଖିବା ପାଇଁ ପାଲର ଆବଶ୍ୟକ ପଡିଲେ ଆରଏମସିକୁ ନିର୍ଦ୍ଦେଶ ଦିଆଯାଇଛି ସେଠାରୁ ପାଲ ନେଇ ପାରିବେ ଚାଷୀ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି । ଏହା ସହ ଯେଉଁ ଚାଷୀ ଧାନ କାଟିନାହାନ୍ତି ସେମାନଙ୍କ ଧାନ ବର୍ତ୍ତମାନ ନ କାଟିବା ପାଇଁ କହିଛନ୍ତି ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ପୂର୍ବରୁ ଜିଲ୍ଲାରେ କମ୍ ବୃଷ୍ଟିପାତ ହେବାରୁ ବହୁତ୍ କମ୍ ଧାନ ଅମଳ ହୋଇଛି । ତେଣୁ ଚାଷୀ ନିଜର ଜମିରେ ଚାଷ କରିଥିବା ଫସଲ ପାଣି ବିନା ନଷ୍ଟ ହେବା ଦେଖି ନିକଟସ୍ଥ ପୋଖରୀ ଓ ନାଳରୁ ମଟର ସାହାଯ୍ୟରେ ପାଣି ଉଠାଇ ନିଜର ଫସଲ କରିଛନ୍ତି ଚାଷୀ । ଏପରି ବହୁ କଷ୍ଟରେ ଫସଲ କରିଥିବା ଚାଷୀ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ । ଏହା ସହ ଜିଲ୍ଲାରେ ଧାନ ମଣ୍ଡି ବହୁ ବିଳମ୍ବରେ ହେବା ଦ୍ବାରା ବହୁ କ୍ଷତି ସହିଥିବା କହିଛନ୍ତି କିଛି ଚାଷୀ । ଜିଲ୍ଲାରେ ମଣ୍ଡି ମାସେ ବିଳମ୍ବରେ ହେବା ଦ୍ବାରା ବିଭିନ୍ନ ଅଞ୍ଚଳର ଧାନ ଅବୈଧ ଭାବେ ପଡୋଶୀ ରାଜ୍ୟ ଛତିଗଡ ଓ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.