ମାଲକାନଗିରି: ମାଲକାନଗିରିରେ BSFକୁ ମିଳିଛି ବଡ ସଫଳତା । ଜିଲ୍ଲାର MV-79 ଥାନା ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ସୁଧାକୋଣ୍ଟା ଓ ଅମାପଦର ନିକଟ ଜଙ୍ଗଲ ଅଞ୍ଚଳରେ BSF 142 ବାଟାଲିୟନ ପକ୍ଷରୁ ଏକ ସ୍ଵତନ୍ତ୍ର ଅପରେସନ କରାଯାଇଥିଲା । ଏହି ସମୟରେ ସୁଧାକୋଣ୍ଟା ଓ ଅମାପଦର ମଝିରେ ଥିବା ଏକ କଲଭଟ ପାଖ ଗଛ ତଳେ କିଛି ବିସ୍ଫୋରକ ସାମଗ୍ରୀ ଥିବା BSF ଯବାନ ମାନେ ଜାଣିବାକୁ ପାଇଥିଲେ । ପରେ ଯବାନ ମାନଙ୍କର ଏକ ବୋମା ନିଷ୍କ୍ରିୟ ଦଳ ଆସି ଏହି ବିସ୍ଫୋରକ ସାମଗ୍ରୀକୁ ଉଦ୍ଧାର କରିଥିଲେ ।
ତେବେ ସେଠାରୁ ଏକ ଟିଫିନ୍ ବୋମା , ଇଲୋଟ୍ରିକ୍ ଡିଟୋନେଟର ଓ ୨୦ ଫୁଟ ଲମ୍ବାର ଇଲେଟ୍ରିକ ତାର ମିଳିଥିଲା । ଏହାପରେ ବୋମା ନିଷ୍କ୍ରିୟକାରୀ ଦଳ ଏହି ସବୁ ବିସ୍ଫୋରକ ଗୁଡିକୁ ଏକ ଏକାନ୍ତ ଜାଗାରେ ବିସ୍ଫୋରଣ କରିଥିଲେ । ତେବେ ଏହି ବିସ୍ଫୋରକ ଗୁଡିକ ପୋଲିସ ଏବଂ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଲଗାଇଥିବା ଜଣାପଡିଛି । ସେହିପରି ଜିଲ୍ଲାରେ ଧିରେ ଧିରେ ମାଓ ସୁଧାର ଆସିବା ସମୟରେ ଏଭଳି ବିସ୍ଫୋରକ ଜବତ କରିବା BSFର ଏକ ବଡ ସଫଳତା। ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡିଶା ପୋଲିସ ସହିତ BSF ସକ୍ରିୟ ରହିଥିବା ଏକ ପ୍ରେସନୋଟ୍ ରେ ମାଲକାନଗିରି BSF କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।
ଏହା ମଧ୍ୟ ପଢନ୍ତୁ- ଶେଷକୃତ୍ୟ ପାଇଁ ନଥିଲା ଟଙ୍କା, ଭାଇର ମୃତଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ ଭାଇ ଉଭଣୀ
ଏହା ମଧ୍ୟ ପଢନ୍ତୁ-ଦେଶ ସେବା ପାଇଁ ଗର୍ବିତ ସିଂହାପୁର, ଶହୀଦ ହୋଇଛନ୍ତି ୩ ଯବାନ
ପ୍ରକାଶ ଥାଉକି, କିଛିଦିନ ପୂର୍ବେ ଦନ୍ତେୱାଡା ଆରନପୁର ଅଞ୍ଚଳରେ ଯବାନଙ୍କୁ ନେଇ ଯାଉଥିବା ଗାଡି ଆଇଡି ବିସ୍ଫୋରଣର ଶିକାର ହୋଇଥିଲା । ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଆଇଡି ଖଞ୍ଜିଥିଲେ । ଫଳରେ ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ସେହି ବାଟ ଦେଇ ଯାଉଥିବା ଉକ୍ତ ଗାଡି ବିସ୍ଫୋରଣରେ ଉଡି ଯାଇଥିଲା । ଏଥିରେ ୧୦ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି କଳାହାଣ୍ଡି ଏମ. ରାମପୁରର ଟାଇପଙ୍ଗ ଜଙ୍ଗଲ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ଚାଲିଥିବା ବେଳେ ରାମପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ 3 ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ ।
ଇଟିଭି ଭାରତ, ମାଲକାନଗିରି