ETV Bharat / state

ପନିପରିବା ମହଙ୍ଗା ଯୋଗୁଁ ଆହାର କେନ୍ଦ୍ରରେ ପ୍ରଭାବ, ଲୋକେ ଅସନ୍ତୋଷ

author img

By

Published : Jul 8, 2023, 4:22 PM IST

ମାଲକାନଗିରି ଜିଲ୍ଲାରେ ପରିବାର ଦର ବୃଦ୍ଧି ହୋଇଥିବା ବେଳେ ଏହାର ପ୍ରଭାବ ଆହାର କେନ୍ଦ୍ରରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

vegetables price hike
vegetables price hike
vegetables price hike

ମାଲକାନଗିରି: ଶ୍ରାବଣ ମାସ ଆରମ୍ଭରୁ ପରିବା ବଜାରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢୁଛି ପରିବା ଦର । ଯାହା ଗରିବ ଓ ମଧ୍ୟବିତଙ୍କ ପକେଟକୁ ମାଡ ହୋଇଛି । ଅଧିକାଂଶ ପରିବା ଦର ଏକ କିଲୋଗ୍ରାମ ପିଛା 100 ଟଙ୍କା ପାର କରିଥିବା ଫଳରେ ଅନେକ ପରିବାର କିଣିବାକୁ ସାହାସ କରୁ ନାହାନ୍ତି । ଏପରିକି ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଆହାର କେନ୍ଦ୍ରରେ ଦେଖିବାକୁ ମିଳିଛି । ଡାଲମାରେ ପରିବା ଭାଗ କମ୍ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଜିଲ୍ଲାରେ ତିନୋଟି ଆହାର କେନ୍ଦ୍ର ରହିଛି । ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡରେ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବାଲିମେଳାର ଏନ୍ଏସି ର ବସଷ୍ଟାଣ୍ଡ ଠାରେ ଗୋଟିଏ ଲେଖାଁଏ ଓଡିଶା ସରକାରଙ୍କ ଆହାର କେନ୍ଦ୍ର ରହିଛି । ପ୍ରତ୍ୟେକ ଦିନ ଏଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏଣୁ ଡାଲମା ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଦିନ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା କିଣିବାକୁ ପଡିଥାଏ। ହେଲେ ପରିବା ମହଙ୍ଗା ସମୟରେ ଆହାର କେନ୍ଦ୍ରରେ ହେଉଥିବା ଡାଲମାରେ ପରିବା ନାହିଁ । ଖାଲି ଡାଲି ପାଣି ଦେଖିବାକୁ ମିଳିଛି ।

ଏନେଇ ପୁର୍ବରୁ ଆହାର କେନ୍ଦ୍ରରେ ପନିପରିବା ଭଲ ଭାବେ ପକାଇ ଡାଲମା ଦିଆଯାଉଥିଲା କିନ୍ତୁ ଏହି କିଛିଦିନ ହବ ଡାଲମାରେ ପନିପରିବା କମ୍ ପକାଇ ଦେଉଥିବା ଅଭିଯୋଗ କରିଛନ୍ତି ସାଧାରଣ ଖାଉଟି । ଅନ୍ୟପଟେ ଆହାର କେନ୍ଦ୍ର ଚଲାଉଥିବା SHG ଗୃପର ମହିଳା କହିଛନ୍ତି ଯେ, ଗତ କିଛିଦିନ ହେବ ବଜାରରେ ପରିବା ଦର ଆକାଶ ଛୁଆଁ ହେବା ଫଳରେ ଡାଲମାରେ ଉପଯୁକ୍ତ ପରିମାଣର ପନିପରିବା ପକାଇ ଡାଲମା କରିବା ସମ୍ଭବ ପର ହୋଇପାରୁ ନାହିଁ । କାରଣ ଜଣେ ଲୋକଙ୍କ ଠାରୁ ୫ଟଙ୍କା ନେଉଥିବା ବେଳେ ସରକାର ଦଉଛନ୍ତି ଜଣକ ପିଛା ୧୮ ଟଙ୍କା ସମୁଦାୟ ୨୩ ଟଙ୍କାରେ ଭଲ ଭାତ ଡାଲମା ଦବାକୁ ପଡୁଛି । ଏଭଳି ପରିବା ଦର ମହଙ୍ଗା ସମୟରେ ଏତେ କମ ଟଙ୍କାରେ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଳେ ଲୋକମାନଙ୍କ ଡାଲମାରେ ଭଲ ପରିବା ଦେଇ ପାରୁନଥିବା କହିଛନ୍ତି ଆହାର କେନ୍ଦ୍ର ପରିଚାଳନା କରୁଥିବା ଆରତି SHG ଗୃପର ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ- ହୁ ହୁ ବଢୁଛି ପରିବା ଦର: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ

ପ୍ରକାଶ ଥାଉକି, ଆଜି ମାଲକାନଗିରି ବଜାରରେ ଟମାଟ କିଲୋପିଛା ୧୩୦ ଟଙ୍କା,ବାଇଗଣ କିଲୋ ୬୦ ଟଙ୍କା, କଖାରୁ କିଲୋ ୬୦ଟଙ୍କା, ଫୁଲକୋବି କିଲୋ ୧୦୦ଟଙ୍କା ,କଞ୍ଚାଲଙ୍କା କିଲୋ ୧୩୦ ଟଙ୍କା, ପୋଟଳ କିଲ ୮୦ ଟଙ୍କା, ଝୁଡ଼ଙ୍ଗ କିଲ ୭୦ ଟଙ୍କା ,ଛୋଟ ସାରୁ କିଲ 60 ଟଙ୍କା , ବଡ ସାରୁ କିଲୋ ୭୦ ଟଙ୍କା ରହିଛି । ପରିବା ଦର ଏଭଳି ବଢିବା ଦ୍ବାରା ସାଧାରଣ ଲୋକ , ଆହାର କେନ୍ଦ୍ର ଓ ସ୍କୁଲ୍ ମିଡେମିଲ ଚଳାଉ ଥିବା SHG ଗୃପ୍ ଏବଂ ସରକାରା ହୋଷ୍ଟେଲ୍ ଚଲାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ସାଧାରଣରେ ଚର୍ଚ୍ଚା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.