ETV Bharat / state

DVF ଯବାନଙ୍କ ମହାନତା, ବୃଦ୍ଧ ରୋଗୀକୁ ଖଟିଆରେ ବୋହି କରାଇଲେ ଚିକିତ୍ସା

ଡିଭିଏଫ ଯବାନଙ୍କ ବଦାନ୍ୟତା । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଞ୍ଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ଗାଁରେ ପ୍ରଚାର କରାଯାଉଥିଲା । ଏହି ସମୟରେ ଜଣେ ବୃଦ୍ଧ ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହା ଦେଖି ଡିଭିଏଫ ଯବାନ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିଥିଲେ । ଅଧିକ ପଢନ୍ତୁ

author img

By

Published : May 2, 2022, 6:42 AM IST

ଡିଭିଏଫ ଯବାନଙ୍କ ମହାନତା
ଡିଭିଏଫ ଯବାନଙ୍କ ମହାନତା

ମାଲକାନଗିରି: ଡିଭିଏଫ ଯବାନଙ୍କ ବଦାନ୍ୟତା । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଞ୍ଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ଗାଁରେ ପ୍ରଚାର କରାଯାଉଥିଲା । ଯବାନଙ୍କ ପକ୍ଷରୁ ଗାଁକୁ ଗାଁ ବୁଲି ଲୋକଙ୍କୁ ଏନେଇ ସଚେତନ କରାଉଥିଲେ ।

ଡିଭିଏଫ ଯବାନଙ୍କ ମହାନତା

ତେବେ ଠିକ୍‌ ଏତିକି ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହା ଦେଖି ଡିଭିଏଫ ଯବାନ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିବା ପାଇଁ ବାହାରି ପଡିଥିଲେ । ଏପଟେ ସହଯୋଗ ଲାଗି ଯବାନଙ୍କ ପାଖରେ ଗାଡି ନଥିଲା ।

ସୁରକ୍ଷା ବାହିନୀଙ୍କ ଗାଡି ପ୍ରାୟ ୨ କିଲୋମିଟର ଦୂରରେ ସେମାନଙ୍କର ଗାଡି ରହିଥିବା ବେଳେ ବୃଦ୍ଧଙ୍କୁ ଏକ ଖଟିଆରେ ବୋହି ନେଇ ଗାଡି ପର୍ଯ୍ୟନ୍ତ ନେଇଥିଲେ । ଏହାପରେ ବୃଦ୍ଧଙ୍କୁ ମାଥିଲି ମେଡିକାଲକୁ ନେଇ ଚିକିତ୍ସାରେ ସହଯୋଗ କରାଇଥିଲେ ଯବାନ । ଏପଟେ ଯବାନଙ୍କ ଏହି ମହାନତା ପାଇଁ ପରିବାର ଏବଂ ଗ୍ରାମବାସୀ ପ୍ରଶଂସା କରିଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.