ETV Bharat / state

ମଣ୍ଡି ଅବ୍ୟବସ୍ଥା ନେଇ ଗର୍ଜିଲେ ମାଲକାନଗିରି ବିଧାୟକ

author img

By

Published : Dec 19, 2020, 8:22 PM IST

ମଣ୍ଡିରେ ଅବ୍ୟବସ୍ଥା ରହିଥିବା ନେଇ ଆଜି(ଶନିବାର) ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ନିଜେ ମଣ୍ଡି ପରିଦର୍ଶନ କରିଥିଲେ। ଅଧିକ ପଢନ୍ତୁ...

ମଣ୍ଡି ଅବ୍ୟବସ୍ଥା ନେଇ ଗର୍ଜିଲେ ମାଲକାନଗିରି ବିଧାୟକ
ମଣ୍ଡି ଅବ୍ୟବସ୍ଥା ନେଇ ଗର୍ଜିଲେ ମାଲକାନଗିରି ବିଧାୟକ

ମାଲକାନଗିରି : ଜିଲ୍ଲାରେ ଆରମ୍ଭ ହୋଇଥିବା ଧାନ ମଣ୍ଡିରେ ଅବ୍ୟବସ୍ଥା ରହିଥିବା ନେଇ ଆଜି(ଶନିବାର) ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ନିଜେ ମଣ୍ଡି ପରିଦର୍ଶନ କରିଥିଲେ । ସେ ଶନିବାର ଜିଲ୍ଲାର ଶିଖପାଲି ଧାନ ମଣ୍ଡିରେ ପହଞ୍ଚିଥିଲେ ଏବଂ ସେଠାରେ ସିଧାସଳଖ ଚାଷୀଙ୍କ ସହ କଥା ହୋଇଥିଲେ ଓ ଧାନ କିଣା, କଟନୀ ଛଟନୀ ବିଷୟରେ ପଚାରିଥିଲେ।

ତେବେ କୁଇଣ୍ଟାଲ ପିଛା ଧାନରୁ 5ରୁ 6 କେଜି ଧାନ କାଟି ଦେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏପରିକି ଧାନକୁ ଲ୍ୟାମ୍ପସ କିଣୁନଥିବାବେଳେ ମିଲରମାନେ ନିଜର ମନଇଚ୍ଛା ଧାନ ଦର କାଟି କିଣୁଥିବା କହିଛନ୍ତି । ଲ୍ୟାମ୍ପସ କର୍ମଚାରୀ କେବଳ ଦେଖଣାହାରୀ ବନିଛନ୍ତି। ସେହିପରି ବଜାର ନିୟନ୍ତ୍ରଣ କମିଟି ତରଫରୁ ପ୍ରତ୍ୟେକ ମଣ୍ଡିରେ ପାଣି, ଶୌଚାଳୟ, ତାରପାଲର ଉଚିତ ବ୍ୟବସ୍ଥା କରାଯାଉନଥିବା ଦେଖିବାକୁ ମିଳିଛି ।

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଯଦି ମଣ୍ଡି ଏଭଳି ଚାଲିଛି ତେବେ ଦୁର୍ଗମ ଅଞ୍ଚଳରେ କିପରି ଚାଲିଛି ତାହା ଅନୁମେୟ। ରାଜ୍ୟର କେବଳ ମାଲକାନଗିରି ଜିଲ୍ଲାରେ 5 ରୁ 6 କେଜି ଧାନ କଟାଯିବା ଘଟଣା ଆଶ୍ଚର୍ଯ୍ୟ କରିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.