ETV Bharat / state

ହଷ୍ଟେଲରେ ଝୁଲୁଛି ତାଲା, ଅନ୍ଧକାରକୁ ଠେଲିଦେଲେ 100 ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

author img

By ETV Bharat Odisha Team

Published : Oct 5, 2023, 5:08 PM IST

ଅନ୍ଧାରରେ 100 ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ହଷ୍ଟେଲରେ ଝୁଲୁଛି ତାଲା । ମାଲକାନଗିରିରୁ ଦେଖନ୍ତୁ ଏହି ରିପୋର୍ଟ ।

hostel in malkangiri
hostel in malkangiri
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ମାଲାକାନଗିରି: ଅଧାରୁ ପାଠ ଛାଡି ଥିବା ପିଲାଙ୍କୁ ଶିକ୍ଷିତ କରାଯିବ । ପୁଣି ବିଦ୍ୟାଳୟରେ ନାମ ଲେଖାଇ ପାଠ ପଠାଯିବ । ହଷ୍ଟେଲରେ ରହିବେ ଓ ସରକାରୀ ବିଦ୍ୟାଳୟ ପାଠ ପଢ଼ିବେ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏଭଳି କିଛି ସରକାରଙ୍କ ଯୋଜନା ମାଲକାନଗିରିରେ ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ହଷ୍ଟେଲରେ ତାଲା ଝୁଲୁଛି । ହଷ୍ଟେଲ ଖୋଲିବା ସହ ପାଠ ପଢ଼ାଇବା ପାଇଁ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନାଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ୧୪ ରୁ ୧୬ ବର୍ଷ ମଧ୍ୟରେ ଥିବା ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ପୁନଃ ଶିକ୍ଷାଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ସେମାନଙ୍କୁ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ାଇ ଶିକ୍ଷିତ କରିବା ପାଇଁ ଷ୍ଟାର ଯୋଜନା କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାର କେରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୦ଟି ସିଟ୍ ବିଶିଷ୍ଟ ଛାତ୍ରାବାସ ଓ ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସରକାରୀ ନୂତନ ବାପୁଜୀ ଉଚ୍ଚ ବିଦ୍ୟାଳୟରେ ୫୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ ଖୋଲାଯାଇଥିଲା ।

ଏହାପରେ ଶିକ୍ଷା ବିଭାଗ କର୍ମଚାରୀ ଦ୍ବାରା ଜିଲ୍ଲାର ୭ଟି ବ୍ଲକରୁ ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡିଦେଇଥିବା ପିଲାମାନଙ୍କୁ ଖୋଜିବା ଆରମ୍ଭ ହୋଇଥିଲା । ଏହାପରେ ୫୦ ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀକୁ ଦୁଇଟି ହଷ୍ଟେଲରେ ରଖି ସେହି ବିଦ୍ୟାଳୟରେ ହିଁ ପାଠ ପଢ଼ାଯାଉଥିଲା । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଓ ପୋଷାକ ଓ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିଲା । ଗତବର୍ଷ ୧୦୦ ଜଣ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ପାଠ ପଢ଼ିଥିଲେ । ହେଲେ ଚଳିତବର୍ଷ ମେ ମାସରେ ଗ୍ରୀଷ୍ମ ଛୁଟି ହେବା ପରେ ପିଲାମାନେ ଘରକୁ ଯାଇ ଫେରିବା ବେଳକୁ ହଷ୍ଟେଲ ବନ୍ଦ ପଡିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।

ଏହାମଧ୍ୟ ପଢନ୍ତୁ..ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ ପାଳନ

ପ୍ରଧାନଶିକ୍ଷକଙ୍କ କହିବାନୁଯାୟୀ, ଅନୁଦାନ ନଥିବାରୁ ହଷ୍ଟେଲ ଚାଲିପାରିବ ନାହିଁ । ତେବେ ହଷ୍ଟେଲ ବନ୍ଦ ପଡିଥିବାରୁ ପାଖାପାଖି 100 ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ । ପୁନଃ ହଷ୍ଟେଲ ଖୋଲିବାକୁ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ । ଡ୍ରପ୍‌ଆଉଟ ପିଲାଙ୍କ ଦଶମ ଶ୍ରେଣୀ ଆରମ୍ଭରୁ ଏଭଳି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ ଜିଲ୍ଲା ଶିକ୍ଷାଧିକାରୀଙ୍କ କହିଛନ୍ତି, "ଚଳିତବର୍ଷ ଏହି ହଷ୍ଟେଲ ଖୋଲିବା ପାଇଁ ଅନୁଦାନ ନାହିଁ । ଏନେଇ ସରକାରଙ୍କୁ ଚିଠି କରାଯାଇଛି । ଅନୁଦାନ ଆସିଲେ ହଷ୍ଟେଲ ଚାଲିପାରିବ । ତେବେ 10 ଦିନ ଭିତରେ ହଷ୍ଟେଲ ଖୋଲିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହି ଛାତ୍ରଛାତ୍ରୀଙ୍କ ପାଇଁ ୧୦ଦିନ ମଧ୍ୟରେ ଯେମିତି ହେଲେ ହଷ୍ଟେଲ ଚାଲିବ ଓ କୌଣସି ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ ।"

ଛାତ୍ର ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ସୋପାନ ଦଶମ ଶ୍ରେଣୀ । ଏହି ସମୟରେ ପିଲାଙ୍କ ଭବିଷ୍ୟତ ନେଇ ଏଭଳି ବେପରୁଆ ନୀତିକୁ ନେଇ ଅସନ୍ତୋଷ ଦେଖା ଦେଇଛି । ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ଓ କେବେ ହଷ୍ଟେଲ ଖୋଲୁଛି ତାହାକୁ ଅପେକ୍ଷା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.