ETV Bharat / state

8ବର୍ଷ ହେଲା ମିଳୁନି ଦରମା, ବ୍ଲକରେ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ

8 ବର୍ଷ ହେଲା ମିଳୁନି ଦରମା । ବ୍ଲକରେ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ । କୋରୁକୋଣ୍ଡା ବ୍ଲକରେ ଡ୍ରାଇଭର ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମ ।

author img

By

Published : Jul 26, 2019, 12:39 PM IST

Updated : Jul 26, 2019, 10:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: କୋରୁକୋଣ୍ଡା ବ୍ଲକରେ ଡ୍ରାଇଭର ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମ । ବିନା ଦରମାରେ 8ବର୍ଷ ଚାକିରି କରିବା ପରେ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସୁଶାନ୍ତ । ତା ପୁଣି ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ଆଗରେ । ଖୋଦ୍‌ ବ୍ଲକ କାର୍ଯ୍ୟାଳୟରେ । ଆଉ ତାଙ୍କୁ ଉଦ୍ଧାର କରିଛନ୍ତି ବିଡିଓ ଓ ଅନ୍ୟ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

2007ରେ ଅସ୍ଥାୟୀ ଡ୍ରାଇଭର ରୂପେ ନିଯୁକ୍ତି ପାଇଥିବା ସୁଶାନ୍ତଙ୍କୁ ଦୀର୍ଘ ଆଠ ବର୍ଷ ହେବ ଦରମା ମିଳିନି । ତାଙ୍କ ସହିତ ଅସ୍ଥାୟୀ ନିଯୁକ୍ତି ପାଇଥିବା ଅନ୍ୟ ଡ୍ରାଇଭର ମାନଙ୍କର ନିୟମିତ ହୋଇଥିବା ସହ ଠିକ୍‌ ରୂପେ ଦରମା ପାଉଛନ୍ତି । କିନ୍ତୁ ସୁଶାନ୍ତଙ୍କ ନା ହୋଇଛି ନିୟମିତ ଚାକିରି ନା 8 ବର୍ଷ ହେଲା ମିଳୁଛି ଦରମା । ତେବେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ଫଳ ଶୂନ । ଯଥା ପୂର୍ବଂ ତଥା ପରଂ ଭଳି ପ୍ରତିଶ୍ରୁତି ପରେ ଖାଲି ପ୍ରତିଶ୍ରୁତି ମିଳୁଛି । ଯାହାକୁ ଶୁଣି ଶୁଣି ଶେଷରେ ନିରାଶ ସୁଶାନ୍ତ ଏଭଳି ପଦକ୍ଷେପ ନେବାକୁ ପଛାଇ ନଥିଲେ ।

ତେବେ ଚାକିରିରେ ସୁଶାନ୍ତଙ୍କର ନିୟମିତ କରିବାକୁ ବିଭାଗୀୟ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇନାହିଁ । ସେପଟେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୋରୁକୋଣ୍ଡା ବିଡିଓ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି ।

ତେବେ ଦେଖାଯାଉ କେବେ ସୁଶାନ୍ତଙ୍କ ଦୁଃଖ ବୁଝିବେ ଜିଲ୍ଲାପାଳ । ଆଉ ମିଳିବ ଦରମା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

sdssd

Conclusion:
Last Updated : Jul 26, 2019, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.