ମାଲକାନଗିରି: ଖରା ଦିନ ହେଲେ ପିଇବା ପାଣି ମୁନ୍ଦେକ ପାଇଁ ଚାରିଆଡେ ହାହାକାର ପଡିଯାଏ । ତୃଷା ମେଣ୍ଟାଇବା ପାଇଁ ମାଲକାନଗିରି ସହରର ପୌର ପରିଷଦର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲାଯାଇଛି ଜଳଛତ୍ର । କିନ୍ତୁ ଏହି ଜଳଛତ୍ର ଗୁଡିକ ଉପଯୁକ୍ତ ସ୍ଥାନରେ କରାଯାଇନଥିବା ଓ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବା ଅଭିଯୋଗ ହୋଇଛି । ମାଲକାନଗିରି ସହରମଝି ବାଲିମେଳା ଛକ ବା ମହାତ୍ମାଗାନ୍ଧୀ ମାର୍ଗ ଠାରେ ହୋଇଥିବା ଜଳଛତ୍ର ବିଷ ଭଳି ମନେ ହେଉଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଜଳଛତ୍ରରେ ବିଷ ! ପାଣି ପିଇ ୩ ଗୁରୁତର
ପୌରପରିଷଦ ପକ୍ଷରୁ ଏଠାରେ ଏକ ଜଳଛତ୍ର କରାଯାଇଛି । କିନ୍ତୁ ଏଠାକାର ପରିବେଶ ଦେଖି ମନେ ହେଉଛି ଜଳଛତ୍ର ନାଁରେ ଏହା ବିଷ । ଜଳଛତ୍ର ସାମ୍ନାରେ ପୋଲିସର ବ୍ୟାରିକେଟିଂ ବୋର୍ଡ ଥିବାବେଳେ ତା' ସାମ୍ନାରେ ବିଭିନ୍ନ ଦୋକାନର ଅଳିଆ ଆବର୍ଜନା ପକାଯାଉଛି ଏବଂ ଏହାକୁ ଲାଗି ସହରର ମୁଖ୍ୟ ଡ୍ରେନ୍ ଯାଇଛି । ଯେଉଁ ଡ୍ରେନ୍ରେ କୁଢକୁଢ କଚଡା ନାଳନର୍ଦମାର ପାଣିରେ ମଶା, ମାଛି ଓ ଡାଆଁସ ଭଳି ବିଭିନ୍ନ ପ୍ରକାର ଜୀବାଣୁ ରହି ସେଠାରେ ଘୁରି ବୁଲୁଛନ୍ତି ।
ଫଳରେ ଏପରି ଏକ ସ୍ଥାନରେ କିଭଳି ପିଇବା ପାଣି ଭଳି ବ୍ୟବସ୍ଥା କରାଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ, କିଛିଦିନ ତଳେ ମାଲାକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ବିସାକ୍ତ ଜଳଛତ୍ର ମାଠିଆ ପାଣି ପିଇ ବହୁଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ