ETV Bharat / state

ଡାକ୍ତରଙ୍କ ମହାନତା, ଗର୍ଭବତୀଙ୍କୁ କାନ୍ଧରେ ବୋହିଲେ 30 କିଲୋମିଟର

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାଓପ୍ରବଣ କୁରୁମାନୁ ପଞ୍ଚାୟତର କଢିଡୁଲାଗୁଣ୍ଟି ଗ୍ରାମରେ ପୁଣି ଦେଖିବାକୁ ମିଳିଛି ଡାକ୍ତରଙ୍କ ମହାନତା। ଅଧିକ ପଢନ୍ତୁ...

author img

By

Published : Jan 21, 2020, 10:04 AM IST

ଡାକ୍ତରଙ୍କ ମହାନତା, ଗର୍ଭବତୀଙ୍କୁ ବୋହିଲେ 30 କିଲୋମିଟର
ଡାକ୍ତରଙ୍କ ମହାନତା, ଗର୍ଭବତୀଙ୍କୁ ବୋହିଲେ 30 କିଲୋମିଟର

ମାଲକାନଗିରି: ଡାକ୍ତର ସାଜିଲେ ଦେବଦୂତ। ମାଲକାନଗିରିର କାଲିମେଳା ବ୍ଲକ ଅନ୍ତର୍ଗତ ମାଓପ୍ରବଣ କୁରୁମାନୁ ପଞ୍ଚାୟତର କଢିଡୁଲାଗୁଣ୍ଟି ଗ୍ରାମରେ ପୁଣି ଦେଖିବାକୁ ମିଳିଛି ଡାକ୍ତରଙ୍କ ମହାନତା।

ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କଢିଡୁଲାଗୁଣ୍ଟି ଗ୍ରାମର ଜଣେ ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ଖବର ପାଇ ପୋଲିଓ ଟୀକା ଦାନ ପାଇଁ ଯାଇଥିବା ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କର 5 ଜଣିଆ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କ ପ୍ରସବ କରିଥିଲେ।

ଡାକ୍ତରଙ୍କ ମହାନତା, ଗର୍ଭବତୀଙ୍କୁ ବୋହିଲେ 30 କିଲୋମିଟର

ଶିଶୁକୁ ଜନ୍ମ ଦେବା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ସହ ପାଞ୍ଚ ଜଣିଆ ମେଡିକାଲ ଟିମ୍‌ ପ୍ରାୟ 30 କିଲୋମିଟର ଦୁର୍ଗମ ରାସ୍ତା, ପାହାଡ, ଜଙ୍ଗଲ ଦେଇ ମହିଳାଙ୍କୁ କାନ୍ଧରେ ବୋହି କାଲିମେଳା ମେଡିକାଲକୁ ଆଣିଥିଲେ। ବର୍ତ୍ତମାନ ମା’ ଓ ପିଲା ସୁସ୍ଥ ଅଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ର କାଲିମେଳା ବ୍ଲକ ଅନ୍ତର୍ଗତ ମାଓପ୍ରବଣ କୁରୁମାନୁର ପଞ୍ଚାୟତ ର କଢିଡୁଲାଗୁଣ୍ଟି ଗ୍ରାମରେ ପୁଣି ଦେଖି ବାକୁ ମିଳିଛି ଡାକ୍ତରଙ୍କର ମହାନତା ର ପରିଚୟ । Body:ସୂଚନା ମୁତାବକ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କଢିଡୁଲାଗୁଣ୍ଟି ଗ୍ରାମର ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବା ଖବର ପାଇ ପଲସ ପୋଲିଓ ଟୀକା ଦାନ ପାଇଁ ଯାଇଥିବା ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କର 5 ଜଣିଆ ମେଡିକାଲ ଟିମ ପହଁଚି ପ୍ରସବ କରିଥିଲେ । ଶିଶୁ ଟିକୁ ଜନ୍ମ ଦେବା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡି ଥିଲେ ପରେ ଅବସ୍ଥା ଗୁରୁତର ହେବା ରୁ ଡାକ୍ତର ଙ୍କ ସହ ତାଙ୍କର ପାଞ୍ଚ ଜଣିଆ ମେଡିକାଲ ଟିମ ପ୍ରାୟ ୩୦ କିଲୋମିଟର ଦୁର୍ଗମ ରାସ୍ତା ପାହାଡ, ଜଙ୍ଗଲ ଦେଇ କାନ୍ଧ ରେ ବୋହି ବୋହି କାଲିମେଳା ମେଡିକାଲ କୁ ଆଣିଥିଲେ ।ଏବେ ମା ଓ ପିଲା ସୁସ୍ତ ଥିବା ଜଣା ପଡ଼ିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.