ETV Bharat / state

ମାଲକାନଗିରିରେ ଡାକ୍ତର ସାମ୍ବାଦିକ ବଚସା ଘଟଣା, ଜିଲ୍ଲା ସାମ୍ବାଦିକ ସଂଘର ଧାରଣା

author img

By

Published : Dec 19, 2021, 7:25 PM IST

ମାଲକାନିଗିରିରେ ଡାକ୍ତର ଓ ସାମ୍ବାଦିକଙ୍କ ମଧ୍ୟରେ ବଚସା ଘଟଣା । ୫ ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେବା ପରେ ଜିଲ୍ଲା ସାମ୍ବାଦିକ ସଂଘ ଧାରଣା ଦେଇଛି । ଅଧିକ ପଢନ୍ତୁ

ମାଲକାନଗିରିରେ ଡାକ୍ତର ସାମ୍ବାଦିକ ବଚସା ଘଟଣା, ଜିଲ୍ଲା ସାମ୍ବାଦିକ ସଂଘର ଧାରଣା
ମାଲକାନଗିରିରେ ଡାକ୍ତର ସାମ୍ବାଦିକ ବଚସା ଘଟଣା, ଜିଲ୍ଲା ସାମ୍ବାଦିକ ସଂଘର ଧାରଣା

ମାଲକାନଗିରି: ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସହ ଖବର ସଂଗ୍ରହ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବଚସା ଘଟଣା । ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ପୋଲିସର ଏକ ଟିମ ୫ ଜଣ ସାମ୍ବାଦିକଙ୍କୁ ଘରୁ ଉଠାଇ ଆଣିଥିବା ଜଣାପଡି଼ଛି । ଏହାର ପ୍ରତିବାଦରେ ଜିଲ୍ଲା ସାମ୍ବାଦିକ ସଂଘ ଥାନା ଘେରାଉ କରିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି 11ଟା 30 ମିନିଟ ସମୟରେ ଖବର ପ୍ରସାରଣ କରୁଥିବାବେଳେ ଡାକ୍ତରଙ୍କ ସହ ବଚସା ହୋଇଥିଲା । ଶୁକ୍ରବାର ଡାକ୍ତରଙ୍କ ଅଭିଯୋଗ କ୍ରମେ ରାତି 2ଟା ସମୟରେ ପୋଲିସର ଏକ ଟିମ 5 ଜଣ ସାମ୍ବାଦିକକୁ ଘରୁ ଉଠାଇ ଆଣିଥିଲେ । ଗତକାଲି(ଶନିବାର) ଏହି 5 ଜଣ ସାମ୍ବାଦିକଙ୍କୁ କୋର୍ଟ ଚାଲାଣ କରିଯାଇଥିଲା ।

ସେପଟେ ଏହି ଘଟଣାରେ ସାମ୍ବାଦିକମାନେ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏତଲାକୁ ରେଜିଷ୍ଟ୍ରି କରିନାହିଁ । ଯାହାକୁ ପ୍ରତିବାଦ କରି ଆଜି(ରବିବାର) ଜିଲ୍ଲା ସାମ୍ବାଦିକ ସଂଘ ଥାନା ଘେରାଉ କରିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି ।

ଗୋଟିଏ ଘଟଣାରେ ୨ଟି FIR ହୋଇଥିବାବେଳେ ଗୋଟିଏ ପକ୍ଷରୁ 5 ଜଣ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଓ ଅନ୍ୟପକ୍ଷରେ ଏତଲା ନ ରଖିବାକୁ ନିନ୍ଦା କରିଛି ଜିଲ୍ଲା ସାମ୍ବାଦିକ ସଂଘ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଧମକ ଦିଆଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.