ମାଲକାନଗିରି: ଲାଲଗଡର ସୀମାନ୍ତ ଅଞ୍ଚଳର କରୁଣ କାହାଣୀ। ଗର୍ଭବତୀଙ୍କ ପାଇଁ ଉଚ୍ଛୁଳା ନଦୀ ଭିତରେ ମାନବ ଶୃଙ୍ଖଳ ତିଆରି କଲେ ଗାଁ ଲୋକେ। ଛତିଶଗଡର ବିଜାପୁରର ସାମ୍ନାକୁ ଆସିଲା ଅପହଁଞ୍ଚ ଇଲାକାର ବିକାଶ ଚିତ୍ର ।
ଗର୍ଭ ଯନ୍ତ୍ରଣା ସହି ଉଚ୍ଛୁଳା ନଦୀ ପାର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚିଥିଲେ ମଧ୍ୟ କରୁଣାଙ୍କ ଶିଶୁ ଦେଖିପାରିଲାନି ଦୁନିଆର ଆଲୋକ । ଏହେଉଛି ସେଇ ଦୃଶ୍ୟ ଯେଉଁଠି ଗର୍ଭବତୀ କରୁଣାଙ୍କ ପାଇଁ ଉଚ୍ଛୁଳା ନଦୀ ଭିତରେ ମାନବ ଶୃଂଖଳ ତିଆରି କରିଥିଲେ ଗାଁ ଲୋକେ । ବେକେ ପାଣିରେ ନଦୀର ଦୁଇ ମୁଣ୍ଡରେ ଗାଁ ଲୋକ ମାନେ ଦଉଡ଼ି ବାନ୍ଧୀ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରିଛନ୍ତି ।
ଗୋଟିଏ ପଟେ ପ୍ରସବ ବେଦନା ଆଉ ଅନ୍ୟ ପଟେ ଭରା ନଦୀ ପାର ହେବାର କଷ୍ଟ, ଗର୍ଭବତୀ ମହିଳାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା । ଆଉ ମହିଳାଙ୍କୁ ନଦୀ ପାର କରିବା ପାଇଁ ଗାଁ ଲୋକେ ଏକତ୍ରିତ ହୋଇ ମାନବ ଶୃଂଖଳ ତିଆରି କରି ନଦୀ ପାର କରିଥିଲେ । କାରଣ ନଦୀ ପାର ହେଲେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଜଣକ ନବଜାତ ଶିଶୁ ଜନ୍ମଦେବେ ହେଲେ ମାନବ ଶୃଂଖଳ କରି ଗାଁ ଲୋକ ନଦୀର ପ୍ରଖର ସ୍ରୋତକୁ ସିନା ପାର କରିଦେଲେ ହେଲେ ମହିଳାଙ୍କ ଗର୍ଭସ୍ତ ସନ୍ତାନ ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଆଖିବୁଜି ଦେଇଥିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ