ETV Bharat / state

କାଲିମେଳା ପୋଖରୀ ହୁଡାରୁ 15 ଲକ୍ଷ ଟଙ୍କାର ଡିଟୋନେଟର ଜବତ - malkangiri

କାଲିମେଳା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପୋଖରୀ ହୁଡ଼ାରୁ ପ୍ରାୟ ୧୨୦୦ ଡିଟୋନେଟର ବିଏସଏଫ ବାହିନୀ ପକ୍ଷରୁ ଜବତ ହୋଇଛି । ଡିଟୋନେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 2, 2019, 5:17 PM IST

ମାଲକାନଗିରି: ଜିଲ୍ଲା କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବିସ୍ଫୋରକ ସାମଗ୍ରୀ ଗୁଡିକୁ ବିଏସଏଫ ପକ୍ଷରୁ ଜବତ କରିଥିବା ଜଣାପଡିଛି ।

କାଲିମେଳା ବଜାର ଓ ନିକଟବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଥିବାବେଳେ କାଲିମେଳା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପୋଖରୀ ହୁଡ଼ାରୁ ପ୍ରାୟ ୧୨୦୦ଟି ଡିଟୋନେଟର ବିଏସଏଫ ବାହିନୀ ପକ୍ଷରୁ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜବତ ଡିଟୋନେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବା ନେଇ ଜଣାପଡିଥିବାବେଳେ ମାଓବାଦୀ କିମ୍ବା କେହି ଦୁର୍ବୃତ୍ତଙ୍କ ଦ୍ଵାରା ଏହି ଡିଟୋନେଟର ଲୁଚାଇ ରଖାଯାଇଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତରେ କିଏ ଏତେ ପରିମାଣର ଡିଟୋନେଟର ରଖିଥିଲା, ସେ ନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.