ETV Bharat / state

ମୃତ୍ୟୁ ଆଡକୁ ଝିଙ୍କିନେଲା ଝିଙ୍କ, ଜଣେ ମୃତ - ଝିଙ୍କ

ଝିଙ୍କ ଧରିବାକୁ ଯାଇ ଗୁମ୍ଫା ଭିତରକୁ ଯାଇ ଜଣେ ମୃତ ଓ ଅନ୍ୟଜଣେ ଆହତ । ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 14, 2019, 12:00 PM IST

Updated : Jul 14, 2019, 1:45 PM IST

.

ମାଲକାନଗିରି: ଝିଙ୍କ ଧରିବାକୁ ଯାଇ ଗୁମ୍ଫା ଭିତରେ ଶ୍ବାସରୁଦ୍ଧ ହୋଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଶନିବାର ତେଲିମେଟା ଗ୍ରାମର ପାଞ୍ଚ ଜଣ ଯୁବକ ଝିଙ୍କ ଧରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଗୁମ୍ଫା ଭିତରେ ଦୁଇ ଯୁବକ ଦିନ 9ଟାରୁ ରାତି 11 ଟା ପର୍ଯ୍ୟନ୍ତ ଧୂଆଁ ଦେଇ ଜଗି ରହିଥିଲେ ।

ରାତିରେ ସିଙ୍ଗା ମାଝୀ ଓ ରାମଚନ୍ଦ୍ର ମାଢି ନାମକ ଦୁଇ ଯୁବକ ଗୁମ୍ଫା ଭିତରେ ପଶିଥିଲେ । ରାମଚନ୍ଦ୍ର ଧୂଆଁରେ ନିଃଶ୍ୱାସ ନେଇ ନପାରି ସେଠାରେ ପ୍ରାଣ ହରାଇଥିବାବେଳେ ଖବର ପାଇ ଗାଁ ଲୋକ ସିଙ୍ଗାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମୃତଦେହ ଗାଁକୁ ଅଣାଯାଇଥିବାବେଳେ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟପକ୍ଷରେ ଘଟଣା ପରେ ବନ ବିଭାଗର କର୍ମଚାରୀମାନେ ତେଲିମେଟା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ବନ୍ୟଜନ୍ତୁ ଲାଗି ଏହି ଘଟଣା ଘଟିଥିଲେ ମୃତକ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଡି.ଏଫ.ଓ ପ୍ରଦୀପ ଦେବିଦାସ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା । ଝିଙ୍କ ଧରିବାକୁ ଯାଇ ଗୁମ୍ଫା ଭିତରେ ସ୍ବାଶ ରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ଜଣେ ଯୁବକ ।Body:ଗତକାଲି ତେଲିମେଟା ଗ୍ରାମର ପାଞ୍ଚ ଜଣ ଯୁବକ ଜଙ୍ଗଲକୁ ଯାଇଥିଲେ ଝିଙ୍କ ଧରିବା ପାଇଁ । ଗୁମ୍ଫା ଭିତରେ ଦିନ 9 ଟା ସମୟରେ ଧୁଆ ଦେଇ ଯଗି ରହିଥିଲେ ରାତି 11 ଟା ପର୍ଯ୍ୟନ୍ତ । ରାତିରେ ସିଙ୍ଗା ମାଝୀ ଓ ରାମଚନ୍ଦ୍ର ମାଢି ନାମକ ଦୁଇ ଯୁବକ ଗୁମ୍ଫା ଭିତରେ ପଶିଥିଲା । ରାମଚନ୍ଦ୍ର ଧୁଆରେ ନିଶ୍ୱାସ ନେଇ ନପାରି ସେଠାରେ ପ୍ରାଣ ହରାଇଥିବା ବେଳେ ଖବର ପାଇ ଗାଁ ଲୋକ ସିଙ୍ଗାଙ୍କୂ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ମୃତ ଦେହ ଗାଁକୁ ଅଣାଯାଇଥିବା ବେଳେ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.............
Last Updated : Jul 14, 2019, 1:45 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.