ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି: ଜମିବନ୍ଧା ପକାଇ ଟ୍ରଲିରେ ବୋହିଲେ ମୃତଦେହ

author img

By

Published : Sep 16, 2020, 4:56 PM IST

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସରକାରୀ ମହାପ୍ରୟାଣ ଗାଡି ନ ମିଳିବାରୁ ମୃତଦେହକୁ ଟ୍ରଲିରେ ବୋହି ଘରକୁ ନେଲେ ପରିବାର ଲୋକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମିଳିଲାନି ମହାପ୍ରୟାଣ ଗାଡି, ଟ୍ରଲିରେ ବୁହାହେଲା ମୃତଦେହ

ବାରିପଦା: ପୁଣି ମୃତଦେହକୁ ମିଳିଲାନି ସମ୍ମାନ । ମହାପ୍ରୟାଣ ଗାଡ଼ି ଅଭାବରୁ ଟ୍ରଲିରେ ବୁହା ହୋଇ ଘରକୁ ଗଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।

ସୂଚନାନୁଯାୟୀ, ସାରୁମୂଳା ପଞ୍ଚାୟତ ଗୋବରା ଗାଁର ଦୁଖା ମାରାଣ୍ଡି ଅସୁସ୍ଥ ହେବାରୁ ମଙ୍ଗଳବାର ତାଙ୍କ ପରିବାର ରାସଗୋବିନ୍ଦପୁର CHCରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଦୁଖାଙ୍କ ମୃତଦେହ ଘରକୁ ନେବା ପାଇଁ ଡାକ୍ତରଖାନା କତ୍ତୃପକ୍ଷ କୌଣସି ବ୍ୟବସ୍ଥା ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିନଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅସହଯୋଗରେ ଅସହାୟ ହୋଇ ମୃତକ ଗରିବ ଆଦିବାସୀ ଦୁଖାଙ୍କ ପରିବାର ତାଙ୍କ ମୃତଦେହ କେମିତି ଘରକୁ ନେବେ ଚିନ୍ତାରେ ପଡ଼ିଥିଲେ ।

ଡାକ୍ତରଖାନାର ଇନଚାର୍ଜ ଦାୟିତ୍ବରେ ଥିବା ଡାକ୍ତର ଜାଣି ଅଜଣା ରହିଥିବା ଅଭିଯୋଗ ହେଉଛି । ଶେଷରେ ମୃତକ ଦୁଖାର ପରିବାର ଡାକ୍ତରଖାନାରୁ ମୃତଦେହ ନେବା ପାଇଁ ଜମିବନ୍ଧା ପକାଇ ଟଙ୍କା ଆଣିଥିବା ତାଙ୍କର ପଡ଼ୋଶୀଙ୍କ ଠାରୁ ଜାଣିବାକୁ ମିଳିଛି । ୮ ଶହ ଟଙ୍କା ଦେଇ ଏକ ଟ୍ରଲି ଭଡା କରି ସେମାନେ ଦୁଖାଙ୍କ ମୃତଦେହ ଆଣିଥିଲେ । ଏଭଳି ସ୍ଥିତିରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଗରିବ ଆଦିବାସୀର ମୃତଦେହ ଅସମ୍ମାନୀତ ହୋଇଥିବାରୁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.