ETV Bharat / state

ପୁଣି ମୃତଦେହକୁ ଅସମ୍ମାନ; 30 କିମି ଭାରରେ ବୋହି ଗାଁକୁ ନେଲେ ସମ୍ପର୍କୀୟ

author img

By

Published : Oct 31, 2019, 10:48 PM IST

ମାଲକାନଗିରିରେ ପୁଣି ମୃତଦେହକୁ ଅସମ୍ମାନ । 30 କିମି ଭାରରେ ମୃତଦେହକୁ ବୋହି ବୋହି ନିଜ ଗ୍ରାମକୁ ନେଲେ ସମ୍ପର୍କୀୟ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମରେ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ । 30 କିମି ଭାରରେ ମୃତଦେହକୁ ବୋହି ବୋହି ନିଜ ଗ୍ରାମକୁ ନେଲେ ସମ୍ପର୍କୀୟ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମରେ ।

ପୁଣି ମୃତଦେହକୁ ଅସମ୍ମାନ; 30 କିମି ଭାରରେ ବୋହି ନିଜ ଗ୍ରାମକୁ ନେଲେ ସମ୍ପର୍କୀୟ

ମାଲକାନଗିରି ଜିଲ୍ଲାରେ ଅନେକ ଗାଁର ରାସ୍ତା ଭଲ ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରି ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୁହା ହେଉଥିବା ଘଟଣା ନିତିଦିନ ଲୋକଲୋଚନକୁ ଆସୁଛି । ତେବେ ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମୃତଦେହ ଭାରରେ ବୋହି ଆଣିବା କଥା ଜଣାପଡିବା ପରେ ଏହା ପଛରେ ଆଉ ଏକ ଅନ୍ଧ ବିଶ୍ବାସ ସାମ୍ନାକୁ ଆସିଛି ।

ମୁଡେ କାଲମାରି ନାମକ ଜଣେ ମହିଳାଙ୍କୁ ଜ୍ବର ହେବା ସହ ହାତ ଗୋଡ ବିନ୍ଧା ହୋଇଥିଲା । ଯାହାର ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଗୁରୁଗୁଡା ଗ୍ରାମର ଜଣେ ଗୁଣିଆଙ୍କ ପାଖକୁ ନେଇଥିଲେ । ଯେଉଁଠି 2 ଦିନ ଚିକିତ୍ସା କରାଇବା ପରେ ବୁଧବାର ରାତିରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।

ତେବେ ପରିବାର ଲୋକେ ପ୍ରଥମେ ଗୁଣିଆ ପାଖକୁ ନୁହେଁ ବଂର ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଡାକ୍ତର ଏଠାରେ ଚିକିତ୍ସା ହେବ ନାହିଁ ବୋଲି କହିବା ସହ ଘରକୁ ନେଇଯାଅ ବୋଲି କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ସେମାନେ ତାକୁ ଗୁଣିଆ ପାଖକୁ ନେଇଥିଲେ ବୋଲି ଦର୍ଶାଇଛନ୍ତି ।

ରୋଗୀର ମୃତ୍ୟୁ ପରେ ନିଜ ଗ୍ରାମକୁ ଗାଡି ଭଡା କରି ନେବାକୁ ଟଙ୍କା ନଥିବାରୁ ପରିବାର ବର୍ଗ ଓ ସମ୍ପର୍କୀୟମାନେ ମିଶି ପ୍ରାୟ 30 କିଲୋମିଟର ଖଟିଆରେ ବୋହି ନେଇଥିବା ଦେଖିବାକୁ ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ଶବ କୁ ଅସମ୍ମାନ । 30 କିମି ଭାରରେ ଶବ କୁ ବୋହି ବୋହି ନିଜ ଗ୍ରାମକୁ ନେଲେ ସମ୍ପର୍କୀୟ ।ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।

Body:ମାଲକାନଗିରି ଜିଲ୍ଲାରେ ଗ୍ରାମାଂଚଳରେ ପକ୍କା ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୁହା ହେଉଥିବା ଘଟଣା ନୀତିଦିନ ଲୋକ ଲୋଚକୁ ଆସୁଛି। କିନ୍ତୁ ସଚେତନତାର ଅଭାବ ଯୋଗୁଁ ଗୁଣିଆ ପାଖରେ ଚିକିତ୍ସା କରି ପ୍ରାଣ ହରାଇବା ପରେ ଶବକୁ ଭାରରେ ବୋହି ବୋହି ନେଉଥିବା ଏମିତି କିଛି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲ୍ଲୀ ଗ୍ରାମରେ । ମୁଡେ କାଲମାରି ନାମକ ଜଣେ ମହିଳାଙ୍କୁ ଜ୍ଜର ହେବା ସହ ହାତ ଗୋଡ଼ ବିନ୍ଧା ହୋଇଥିଲା । ତେବେ ତାଙ୍କ ପରିବାର ବର୍ଗ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ଏଠାରେ ଚିକିତ୍ସା ହେବ ନାହିଁ ବୋଲି କହିବା ସହ ଘରକୁ ନେଇଯାଅ ବୋଲି କହିଥିଲେ ବୋଲି ସମ୍ପର୍କିୟମାନେ ଅଭିଯୋଗ କରିଛନ୍ତି । ଏହାପରେ ସେମାନେ ବାଧ୍ୟ ହୋଇ ମାଥିଲି ଠାରୁ ପ୍ରାୟ ୪ କିଲୋମିଟର ଦୂର ଗୁରୁଗୁଡ଼ା ଗ୍ରାମର ଜଣେ ଗୁଣିଆଙ୍କ ପାଖରେ ୨ ଦିନ ଚିକିତ୍ସା କରାଇବା ପରେ ବୁଧବାର ରାତ୍ରିରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଶବକୁ ନିଜ ଗ୍ରାମକୁ ଗାଡ଼ି ଭଡ଼ା କରି ନେବାକୁ ଟଙ୍କା ନଥିବାରୁ ପରିବାର ବର୍ଗ ଓ ସମ୍ପର୍କିୟମାନେ ମିଶି ପ୍ରାୟ ୩୦ କିଲୋମିଟର ଖଟିଆରେ ବୋହି ନେଇଥିବା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ଯେ ବର୍ତମାନ ମଧ୍ୟ ମାଲକାନଗିରି ଜିଲ୍ଲାର ଲୋକେ ଅନ୍ଧବିଶ୍ୱାର ବଶବର୍ତି ହୋଇ ଗୁଣି ଗାରିଡି ଉପରେ ନିର୍ଭର କରୁଛନ୍ତି।Conclusion:ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.