ETV Bharat / state

ମାଲକାନଗିରି ପୋଲିସ ହାତରେ ସାଇବର ଲୁଟେରା, ଝାଡଖଣ୍ଡ ଯାଏଁ ଲମ୍ବିଥିଲା ଚେର

ମାଲକାନାଗିରି ପୋଲିସ ହାତରେ ସାଇବର ଲୁଟେରା । ଅନଲାଇନ ମାଧ୍ୟମରେ ଲୋକଙ୍କୁ ଚଖମା ଦେଖାଇ ଟଙ୍କା ଲୁଟୁଥିବା ସୁପ୍ରଭାତ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 26, 2019, 11:20 AM IST

ମାଲକାନଗିରି: ଜିଲ୍ଲା ପୋଲିସକୁ ସଫଳତା । ପୋଲିସ ହାତରେ ଧରାପଡିଛି ସାଇବର ଲୁଟେରା । ଦୀର୍ଘ ଦିନ ଧରି ଅନଲାଇନ ମାଧ୍ୟମରେ ଲୋକଙ୍କୁ ଚଖମା ଦେଖାଇ ଲୁଟି ଚାଲିଥିଲା ଅପରାଧି ।

ସାଇବର ଅପରାଧୀ ସୁପ୍ରଭାତ ମହାପାତ୍ରକୁ ସତ୍ୟବାଦୀ ଅଞ୍ଚଳରୁ ଗିରଫ କରିଛି ପୋଲିସ । ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ସୁପ୍ରଭାତଙ୍କୁ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଜଗମୋହନ ମିନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ତେବେ ସୁପ୍ରଭାତ ନାମରେ ବିଭିନ୍ନ ଥାନାରେ 6ଟି ମାମଲା ରହିଛି । ସେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଚତୁରତାର ସହ ଏଟିଏମ ପିନ ନେଇ ଟଙ୍କା ଲୁଟ୍‌ କରୁଥିଲା । ଏହି କାମରେ ତାକୁ ଝାଡଖଣ୍ଡର ବହୁ ଲୁଟେରା ସାହାଯ୍ୟ କରୁଥିଲେ । ସେମାନଙ୍କ ସହ ମିଶି ସେ ଅନେକ ଲୁଟ୍ କରିଥିବା ମଧ୍ୟ ଜଣାପଡିଛି । ସୁପ୍ରଭାତ ନିକଟରୁ 2 ଲକ୍ଷ 6 ହଜାରରୁ ଟଙ୍କା ଊର୍ଦ୍ଧ୍ବ ଜବତ ହୋଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.