ETV Bharat / state

ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ - ମାଲକାନଗିରିରେ କ୍ରାଇମ ବ୍ରାଞ୍ଚ ଟିମ

ପୂର୍ବତନ ଜିଲ୍ଲାପାଳ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ପଡନ୍ତୁ ଅଧିକ....

ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରା଼ଞ୍ଚ

author img

By

Published : Jan 31, 2021, 9:12 PM IST

ମାଲକାନଗିରି: ପୂର୍ବତନ ଜିଲ୍ଲାପାଳ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ମାଲକାନଗିରିରେ କ୍ରାଇମବ୍ରାଞ୍ଚ ଏକ ସ୍ବତନ୍ତ୍ର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ ଦେବନାରାୟଣଙ୍କ ପରିବାର ଲୋକଙ୍କୁ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପଚାରଉଚରା କରିଛି ଏହି ଟିମ ।

ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରା଼ଞ୍ଚ

ଏହି ତଦନ୍ତରେ ଖୁସି ନାହାନ୍ତି ମୃତକଙ୍କ ପରିବାର ଲୋକ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ମାମଲା ହୋଇଥିବାବେଳେ ଡିଏସପି ପାହ୍ୟାର ଅଫିସର ଏହି ମାମଲା ତଦନ୍ତ କଲେ ଏହା ଠିକ ତଦନ୍ତ ହେବ ନା ନାହିଁ ତାହା ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ତଦନ୍ତ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ।

ମାଲକାନଗିରି ପୋଲିସର ତଦନ୍ତ ପ୍ରକ୍ରିୟାରେ ପରିବାର ଲୋକେ ସନ୍ତୁଷ୍ଟ ନଥିବାରୁ ମାଲକାନଗିରି ଏସପି ଏବଂ ଅନ୍ୟ 6ଜଣଙ୍କ ନାମରେ SDJM କୋର୍ଟରେ 1CC ଦାୟର କରିଥିଲେ । ଏହାପରେ ପୋଲିସ ମହାନିର୍ଦେଶକ ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ନିର୍ଦେଶ ଦେଇଥିଲେ । ଏବେ କ୍ରାଇମବ୍ରାଞ୍ଚର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.