ETV Bharat / state

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ - ମାଲକାନଗିରିରେ ଏନକାଉଣ୍ଟର

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜପୁର ଜିଲ୍ଲାରେ ପୋଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଅଧିକ ପଢନ୍ତୁ ...

ପୋଲିସ-ନକ୍ସଲ ଗୁଳି ବିନିମୟ , ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Jan 5, 2021, 10:22 PM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜପୁର ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଗାଙ୍ଗଲୁର ଥାନା ଅନ୍ତର୍ଗତ ହିର୍ମଗଣ୍ଡ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ରିପୋର୍ଟ ପାଇବା ପରେ 210 କୋବ୍ରା ଏବଂ 85 ସିଆରପିଏଫ ଯବାନ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ।

ପୋଲିସକୁ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇବାରୁ ସୁରକ୍ଷା ବଳ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ପୋଲିସ ଗୁଳିର ସାମ୍ନା କରିନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ,ଧନୁ ଓ ତୀର ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବଳ ।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.