ETV Bharat / state

ଘରୋଇ କମ୍ପାନୀର ଜବରଦଖଲ ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲା କଂଗ୍ରେସ ଟିମ

author img

By

Published : Aug 12, 2021, 7:56 PM IST

ଘରୋଇ କମ୍ପାନୀର ଜମି ଜବରଦଖଲ ଓ ବେଆଇନ କୋଠା ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟିଲା କଂଗ୍ରେସ ଟିମ । ପିସିସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଟିମ ପହଞ୍ଚି କରିଛି ଆଲୋଚନା । ଅଧିକ ପଢନ୍ତୁ...

ଘରୋଇ କମ୍ପାନୀର ଜବରଦଖଲ ଓ ବେଆଇନ ନିର୍ମାଣ ବିରୋଧରେ ଜିଲ୍ଲାପାଳ ଓ DFOଙ୍କୁ ଭେଟିଲା କଂଗ୍ରେସ ଟିମ

ମାଲକାନଗିରି: ଘରୋଇ କମ୍ପାନୀ ଜିଭି ଗ୍ରେନାଇଟ୍ କନଷ୍ଟ୍ରକସନର ଜମି ଜବରଦଖଲ ଓ ବେଆଇନ କୋଠା ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟିଲା କଂଗ୍ରେସ । PCC ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଦଳର ଅନ୍ୟ କର୍ମକର୍ତ୍ତାମାନେ ଆଜି ଜିଲ୍ଲାପାଳ ଓ DFOଙ୍କ ସହ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳ କିଛିଦିନ ତଳେ ଉକ୍ତ ଘରୋଇ ସଂସ୍ଥାର ମାଲିକ ଜାଭା ବେଣୁଗୋପାଲଙ୍କ ବେଆଇନ୍ ଖଣି ଖାଦାନ୍ ଟେଣ୍ଡର ସୋଲଭେନ୍ସି ସାର୍ଟିଫିକେଟକୁ ରଦ୍ଦ କରାଯିବା ପରେ ଆଜି ପୁଣି ଏକ ବଡଧରଣର ଅଭିଯୋଗ ଧରି ମାଲକାନଗିରିର କଂଗ୍ରେସ ଟିମ ସହ ପ୍ରଦୀପ ମାଝୀ ଜିଲ୍ଲାପାଳ ଓ DFOଙ୍କୁ ଭେଟିଛନ୍ତି ।

ପ୍ରଦୀପଙ୍କ କହିବା ଅନୁସାରେ ଜିଭି ଗ୍ରେନାଇଟ୍ କନଷ୍ଟ୍ରକସନର ମାଲିକ ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପୁରୁସୁଗୁଡା ଠାରେ 10 ଏକରରୁ ଊର୍ଦ୍ଧ୍ବ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରିବା ସହ ପେଟାଠାରେ ଚାଲିଥିବା ଗ୍ରେନାଇଟ୍ ଖାଦାନରେ ଏକ ବେଆଇନ ଅଟ୍ଟାଳିକା ମଧ୍ୟ ନିର୍ମାଣ କରିଛନ୍ତି । ଏହିସବୁ ଜାଗାରେ ବେଆଇନ ଭାବେ ଚାଲିଥିବା କାମକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛି କଂଗ୍ରେସ । ସେହିପରି ସୋଲଭେନ୍ସି ସାର୍ଟିଫିକେଟ୍ ରଦ୍ଦ ହୋଇଥିବା ଜମିରୁ ତୁରନ୍ତ ବେଦଖଲ୍ କରାଯିବା ସହ ନିର୍ମାଣ ହୋଇଥିବା କୋଠାକୁ ମଧ୍ୟ ତୁରନ୍ତ ଭଙ୍ଗାଯାଉ ବୋଲି ମଧ୍ୟ ଦାବି କରିଛି କଂଗ୍ରେସ। ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ମଧ୍ୟ କଂଗ୍ରେସ ଚେତାବନୀ ଦେଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.