ETV Bharat / state

ସହକାରୀ ଯୋଗାଣ ଅଧିକାରୀଙ୍କୁ ଗିରଫ ଦାବି; ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କଂଗ୍ରେସର ଗଣଧାରଣା

author img

By

Published : Sep 28, 2020, 7:10 PM IST

ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ଗିରଫ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଗଣଧାରଣା ଦିଆଯାଇଛି । ଯଦି ଏଥିରେ ବ୍ୟତିକ୍ରମ ଘଟେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାକୁ ସଂପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି କଂଗ୍ରେସ ଦଳର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି ।

ସହକାରୀ ଯୋଗାଣ ଅଧିକାରୀଙ୍କୁ ଗିରଫ ଦାବି; ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କଂଗ୍ରେସର ଗଣ ଧାରଣା

ମାଲକାନଗିରି: ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ଗିରଫ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଗଣଧାରଣା ଦିଆଯାଇଛି । ଯଦି ଏଥିରେ ବ୍ୟତିକ୍ରମ ଘଟେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାକୁ ସଂପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି କଂଗ୍ରେସ ଦଳର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି ।

ପ୍ରକାଶ ଥାଉ କି, ଗତ ଫେବୃୟାରୀ ମାସରେ ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ମାଲକାନଗିରି ଜିଲ୍ଲାରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ଲାଗି ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ଚାଲାଣାଗୁଡା ମାଆ ଲକ୍ଷ୍ମୀ ଦେବୀ ମହିଳା ସ୍ବୟଂ ସହାୟକ ଦଳ ଧାନ କିଣିବା ଲାଗି ପ୍ରଶାସନ ଅନୁମତି ଦେଇଥିଲା । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରାଯାଇ ଦଲାଲ ଆନନ୍ଦ ମାଲାକାର, ପଦିଆ କୱାସୀ, ଇନ୍ଦ୍ର ପଣ୍ଡାଙ୍କ ନାମରେ ମାଲକାନଗିରି ଥାନାରେ ଯୋଗାଣ ନିରୀକ୍ଷକ ସାଗରିକା ମୁଦୁଲି ଲିଖିତ ଅଭିଯୋଗ କରିଥିଲେ। ତେବେ ସେହି ମାମଲାକୁ ରଫାଦଫା କରିବା ପାଇଁ ଅଭିଯୁକ୍ତ ମାନଙ୍କ ସହିତ ଗତ 17 ତାରିଖରେ ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ବାର୍ତ୍ତାଳାପ ହୋଇଥିବା ଅଡିଓ ରେକର୍ଡ ଏକ ବୈଦ୍ୟୁତିକ ଗଣ ମାଧ୍ୟମରେ ପ୍ରସାର ହୋଇଥିଲା । ମାଲକାନଗିରି ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ମାଧ୍ୟମରେ ସୂଚନା ଦେଇଥିଲେ।

ସେପଟେ ଏହାର ନିରପେକ୍ଷ ତଦନ୍ତ ହେବ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। କାରଣ ଏହି ସ୍କାମରେ ଉପ ଜିଲ୍ଲାପାଳ ମଧ୍ୟ ସଂପୃକ୍ତ ଥିବା ଜଣା ପଡିଛି । ତେବେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଏସିଏଓ ମନୋଜ ପ୍ରଧାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ପତ୍ର ଦେଇଥିଲେ । ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ଯେ ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଦୀର୍ଘ ୧୦ ବର୍ଷ ହେଲା ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ ନିର୍ବାହ କରି ଆସୁଥିବା ବେଳେ ପୂର୍ବରୁ ତାଙ୍କ ନାମରେ ୩ ଗୋଟି ଭିଜିଲାନ୍ସ ମକଦ୍ଦମା ରୁଜୁ ହୋଇଥିଲା l ଗୋଟିଏ ମାମଲାରେ ଭିଜିଲାନ୍ସ କୋର୍ଟ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଖଲାସ ହୋଇଥିଲେ l

ତେବେ ଜିଲ୍ଲା କଂଗ୍ରେସ ତରଫରୁ ତୁରନ୍ତ ଦୁର୍ନୀତିଗ୍ରସ୍ଥ ଏସିଏସଙ୍କୁ ତୁରନ୍ତ ଗିରଫ କରାନଗଲେ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆ ଯାଇଥିଲା l ଅଭିଯୋଗ କରିବାର ୧୦ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇନିଷ୍ରୀୟ ଥିବାରୁ ଆଜି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ତେବେ ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ଯାଳୟରେ ଦିନକୁ ଦିନ ଦୁର୍ନୀତି,ଲାଞ୍ଚ ଭ୍ରଷ୍ଟାଚାର ବଢି ବଢି ଚାଲିଛି ଥିବାରୁ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇ ବଡ ଧରଣର ଅନ୍ଦୋଳନ କରିବା ସହ ଜିଲ୍ଲ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି l

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.