ETV Bharat / state

ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ନବୀନ, BSF କ୍ୟାମ୍ପରେ ପହଞ୍ଚିଲେ ମନ୍ତ୍ରୀ ଓ ବିଧାୟକ

author img

By

Published : Nov 17, 2020, 11:12 AM IST

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମ ପୂର୍ବରୁ ଜନତାପାଇ ବିଏସଏଫ କ୍ୟାମ୍ପରେ ପହଞ୍ଚିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଧାୟକ ଚନ୍ଦ୍ର ସାରଥୀ ବେହେରା । ଅଧିକ ପଢନ୍ତୁ...

ବିଏସଏଫ କ୍ୟାମ୍ପ
ବିଏସଏଫ କ୍ୟାମ୍ପ

ମାଲକାନଗିରି: ଆଜି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସ ଜରିଆରେ ଦିନ 11 ଟାରୁ 11.30 ପର୍ଯ୍ୟନ୍ତ ସେମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଥିବାବେଳେ ପୋଲିସ କଡାକଡି ଚେକିଂ କରୁଛି।

ବିଏସଏଫ କ୍ୟାମ୍ପ

ତେବେ ଏହାର ତଦାରଖ କରିବା ପାଇଁ ଜନତାପାଇ ବିଏସଏଫ କ୍ୟାମ୍ପରେ ପହଞ୍ଚିଛନ୍ତି କ୍ରୀଡା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ।

ଜନତାପାଇ ଠାରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏମାନେ ତାହା ପୂର୍ବରୁ ପହଞ୍ଚି ସମସ୍ତ ପ୍ରସ୍ତୁତିକୁ ତଦାରଖ କରୁଛନ୍ତି । ସୂଚନା ଥାଉକି, ଆଜି ଭିସି ଯୋଗେ ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କ ସହ କଥା ହେବା ସହିତ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମର ଉଦଘାଟନ କରିବେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.