ETV Bharat / state

ଛତିଶଗଡର ନାବାଳିକାଙ୍କୁ ଢାବା ମାଲିକର ଅତ୍ୟାଚାର, ଉଦ୍ଧାର କଲା ଚାଇଲ୍ଡ ଲାଇନ - dhaba owner torture minor girls in malkangiri

ମାଲକାନଗିରି କାଲିମେଳା ସ୍ଥିତ ଏକ ଢ଼ାବା ହୋଟେଲରୁ ଦୁଇ ଆଦିବାସୀ ନାବାଳିକା ଉଦ୍ଧାର । ଢାବା ମାଲିକ ଦୁଇ ନାବାଳିକାକୁ ଅତ୍ୟାଚାର କରୁଥିବା ଅଭିଯୋଗ ହେବା ପରେ ଚାଇଲ୍ଡ ଲାଇନ ଟିମ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ

Childline rescued two aboriginal minors from Dhaba

author img

By

Published : Mar 19, 2022, 3:01 PM IST

ମାଲକାନଗିରି: ହୋଟେଲରେ କାମ କରି ସାରିବା ପରେ ମାଲିକକୁ ପଇସା ମାଗିବାରୁ ୨ ନାବାଳିକାଙ୍କୁ ନିର୍ଦ୍ଧୁମ ମାଡ଼ । ଏନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କରିଛି ନିର୍ଯାତିତା ନାବାଳିକାଙ୍କୁ । ମାଲକାନଗିରି ଜିଲ୍ଲା କାଲିମେଳା ସ୍ଥିତ ଏକ ଢ଼ାବା ହୋଟେଲରେ ନାବାଳିକାଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଥିଲା ।

Childline rescued two aboriginal minors from Dhaba

ଉଦ୍ଧାର ହୋଇଥିବା ଏହି ଦୁଇ ନାବାଳିକା ଛତିଶଗଡ଼ ଜଗଦଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନେ ଏଠାକୁ ପେଟ ପୋଷିବା ଉଦ୍ଦେଶ୍ୟରେ ଆସି ଏହି ଢ଼ାବାରେ ବିଭିନ୍ନ ପ୍ରକାର କାମ କରୁଥିଲେ । ତେବେ କାମ ସରିବା ପରେ ୨ ନାବାଳିକା କର୍ମଚାରୀ ଢ଼ାବା ମାଲିକଙ୍କୁ ଟଙ୍କା ମାଗିବାରୁ ହୋଟେଲ ମାଲିକ ସେମାନଙ୍କୁ ଚପଲରେ ବାଡ଼େଇଥିଲେ । ଏହାସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

ଏହି ଘଟଣାକୁ ସ୍ଥାନୀୟ ଲୋକ ଦେଖି ତୁରନ୍ତ 1098 ଚାଇଲ୍ଡ ଲାଇନ ଟୋଲ୍ ଫ୍ରି ନମ୍ବରକୁ ଫୋନ କରି ଜଣାଇଥିଲେ। ଖବରପାଇ ତୁରନ୍ତ ଚାଇଲ୍ଡ ଲାଇନ କର୍ମୀ ଓ ମାଲକାନଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି । ପରେ ମାଲକାନଗିରି ପୋଲିସ୍ ଚାଇଲ୍ଡ ଲାଇନ୍ ବିଭାଗ ଓ ଦୁଇ ନାବାଳିକା ଲିଖିତ ଅଭିଯୋଗ କଲାପରେ ପୋଲିସ୍ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି । ଏହାସହ ଉଦ୍ଧାର ହୋଇଥିବା ଦୁଇ ନାବାଳିକାଙ୍କୁ ସ୍ଥାନୀୟ ସ୍ବଧାର ଗୃହରେ ରଖାଯାଇଥିବା ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.