ETV Bharat / state

ମାଲକାନଗିରିରେ ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦ୍‌ଘାଟିତ - ଚାଇଲ୍ଡ ଫ୍ରେଣ୍ଡଲି ଥାନା

ପୋଲିସ ଏବଂ ଛୋଟପିଲାଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବା ପାଇଁ ମାଲକାନଗିରି ଜିଲ୍ଲାର ଆଦର୍ଶ ଥାନା ପରିସରରେ ଉଦଘାଟିତ ହୋଇଯାଇଛି ଚାଇଲ୍ଡ ଫ୍ରେଣ୍ଡଲି ଥାନା । ଅଧିକ ପଢ଼ନ୍ତୁ

Child Friendly Police Station Opens in malkangiri
ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ
author img

By

Published : Jun 21, 2022, 8:44 AM IST

ମାଲକାନଗିରି: ଜିଲ୍ଲାର ଆଦର୍ଶ ଥାନା ପରିସରରେ ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ ହୋଇଯାଇଛି । ପୋଲିସ ପ୍ରତି ଛୋଟ ପିଲାଙ୍କ ମଧ୍ୟରେ ଥିବା ଭୟକୁ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଉପସ୍ଥିତ ରହି ଥାନାକୁ ଉଦ୍‌ଘାଟନ କରିଛନ୍ତି ।

ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ

ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ଏଠାରେ ବିଶ୍ରାମ ନେବା ସହ ନିଜକୁ ସୁରକ୍ଷିତ ମନେ କରିବେ । ପୁଲିସ ତରଫରୁ ଅଭିଯାଗକାରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଛୋଟ ପିଲାଙ୍କ ମନରୁ ପୋଲିସ ପ୍ରତି ଭୟକୁ ଦୂର କରିବା ଏବଂ ସେମାନଙ୍କୁ ଚାପମୁକ୍ତ କରିବା ଏହି ଥାନାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଲୋକେ ନିଜ ପିଲାଙ୍କୁ ନେଇ ମଧ୍ୟ ଏଠାକୁ ଆସି ପାରିବେ । ଥାନାରେ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳନା, ବହି ତଥା ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି । ଏହି କାର୍ଯ୍ୟକ୍ରମରେ SP ନୀତିଶ ବାଧବାନୀ , ଅତିରିକ୍ତ SP ବଳଭଦ୍ର ଦୀପ, ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.