ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ - mkg

ଚିକିତ୍ସା ଅବହେଳାରୁ ଜଣେ ଦେଢ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିର ଖଇରପୁଟ ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 6, 2019, 11:27 AM IST

ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକ ସଦର ମହକୁମା ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁକନ୍ୟା ଜ୍ୟାକ୍ଲିନ କୋବ୍ରାର ମୃତ୍ୟୁ ଘଟିଛି । ଗତକାଲି ରାତିରେ ତା'ର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଏବଂ ସମ୍ପକୀୟ ଅଭିଯୋଗ କରିଛନ୍ତି । ଗତ ସୋମବାର ଶିଶୁଟିର ଦେହ ଖରାପ ହେବାରୁ ତାକୁ ମେଡିକାଲକୁ ନେଇ ଯାଇଥିଲେ ପରିବାର ଲୋକେ । ସେଟାରେ ଡାକ୍ତର ଚିକିତ୍ସା କରିବା ବଦଳରେ ଦୁର୍ବ୍ୟବହାର କରି କହିଥିଲେ ଯେ ଏହି ସମୟରେ କଣ ଆଣିବା କଥା । ଏହା କହି ସମ୍ପୃକ୍ତ ଡାକ୍ତର ଜଣକ ନିଜ ମୋବାଇଲରେ ବ୍ୟସ୍ତ ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସେଠାରେ ଶିଶୁର ସମ୍ପର୍କୀୟ କାକୁତିମିନତୀ ହେଲାପରେ ତା'ର ଚିକିତ୍ସା କରିଥିଲେ । ପରେ ରକ୍ତ ପରୀକ୍ଷା କରିବା ପାଇଁ ପଠାଇ ଥିଲେ । କିନ୍ତୁ ବିଡମ୍ବନାର ବିଷୟ ଏହା ଯେ ଏ ପର୍ଯ୍ୟନ୍ତ ରକ୍ତ ପରୀକ୍ଷାର ରିପୋର୍ଟ ଆସିନାହିଁ । ପରେ ଯେତେବେଳେ ଶିଶୁର ସମ୍ପର୍କୀୟ ରିପୋର୍ଟ ଆଣିବା ପାଇଁ ଗଲେ ପରେ ଆସ ବୋଲି କହି ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି । ଗତ କାଲି ଶିଶୁର ଦେହ ଗୁରୁତର ହୋଇଯାଇଥିଲା ଏବଂ ବିଳମ୍ବିତ ରାତିରେ ଶିଶୁର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସମ୍ପର୍କୀୟ ଏବେ ଅଭିଯୋଗ କରିଛନ୍ତି ଯେ ଚିକିତ୍ସା ଅବହେଳା କରିଥିବାରୁ ଆମ ଶିଶୁର ମୃତ୍ୟୁ ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁ କନ୍ୟା ମୃତ।ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ସଦର ମହକୁମା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଚିକିତ୍ସା ଅବହେଳା ରୁ ଦେଢ଼ ବର୍ଷର ଶିଶୁ ଜ୍ୟାକ୍ଲିନ କୋବ୍ରା ଦେଢ଼ ବର୍ଷର ଶିଶୁ କନ୍ୟା ଗତକାଲି ରାତିରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଓ ତାଙ୍କ ସମ୍ପକୀୟ ମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗତ ସୋମବାର ଦିନ ଶିଶୁ ଟିର ଦେହ ଖରାପ ହେବାରୁ ତାକୁ ମେଡିକାଲ ରେ ପରିବାର ଲୋକେ ଭର୍ତ୍ତି କରିଥିଲେ ଡାକ୍ତର  ଚିକିତ୍ସା ବଦଳରେ ଦୁର୍ବ୍ୟବହାର କରି କହିଥିଲେ ଯେ ଏହି ସମୟରେ କଣ ଆଣିବା କଥା।ଏହା କହି ସମ୍ପୃକ୍ତ ଡାକ୍ତର ଜଣକ ନିଜ ମୋବାଇଲ ରେ ବ୍ୟସ୍ତ ରହିଲେ।ସମ୍ପର୍କୀୟ ମାନେ କାକୁତି ମିନତୀ ହେଲାପରେ ଶିଶୁ ଟିକୁ ଚିକିତ୍ସା କରିଥିଲେ।ଏବଂ ରକ୍ତ ପରୀକ୍ଷା ପାଇଁ ପଠାଇ ଥିଲେ।କିନ୍ତୁ ବିଡମ୍ବନା ର ବିଷୟ ଯେ ଆଜି ପର୍ଯ୍ୟନ୍ତ ରକ୍ତ ପରୀକ୍ଷା ର ରିପୋର୍ଟ ଦେଇ ନାହାନ୍ତି।ସମ୍ପର୍କୀୟ ମାନେ ଯେତେବେଳେ ଗଲେ ପରେ ଆସ ବୋଲି କହି ଆଜି ପର୍ଯ୍ୟନ୍ତ ଦେଇ ନାହାନ୍ତି।ଗତ କାଲି ଶିଶୁର ଦେହ ଗୁରୁତର ହୋଇଯାଇଥିଲା ଏବଂ ବିଳମ୍ବିତ ରାତିରେ ଶିଶୁର ମୃତ୍ୟୁ ହୋଇଥିଲା।ଯାହାକୁ ନେଇ ସମ୍ପର୍କୀୟ ମାନେ ଏବେ ଅଭିଯୋଗ କରିଛନ୍ତି ଯେ ଚିକିତ୍ସା ଅବହେଳା କରିଥିବାରୁ ଆମ ଶିଶୁ ଟିର ମୃତ୍ୟୁ ହୋଇଛି।

Sent from my Samsung Galaxy smartphone.

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.