ETV Bharat / state

ଦନ୍ତେୱାଡାରେ ଏନକାଉଣ୍ଟର, ଦୁଇ ମହିଳା ନକ୍ସଲ ନିହତ

author img

By

Published : Dec 29, 2020, 10:39 AM IST

Updated : Dec 29, 2020, 1:17 PM IST

ଦନ୍ତେୱାଡାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ ହୋଇଥିବା ନେଇ ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଦୁଇ ମହିଳା ନକ୍ସଲ ନିହତ
ଦୁଇ ମହିଳା ନକ୍ସଲ ନିହତ

ମାଲକାନଗିରି: ଦୁଇ ହାର୍ଡକୋର ମହିଳା ନକ୍ସଲ ନିହତ । ସୋମବାର ମାଲକାନଗିରି ଜିଲ୍ଲା ସୀମାନ୍ତ ଦନ୍ତେୱାଡାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ ହୋଇଥିବା ନେଇ ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଦନ୍ତେୱାଡାରେ ଏନକାଉଣ୍ଟର, ଦୁଇ ମହିଳା ନକ୍ସଲ ନିହତ

ବାସ୍ତର ଇନସିପେକ୍ଟର ଜେନେରାଲ ପି.ସୁନ୍ଦରାଜଙ୍କ ସୂଚନା ମୁତାବକ, ଦୁଇ ମହିଳା ନକ୍ସଲଙ୍କ ମୃତଦେହ କୁଆକୋଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରୁ ଉଦ୍ଧାର ହୋଇଛି । କାଲୋପାଲ ଓ କାକାରି ଗାଁରେ ଏକ ବଡ ଧରଣର ମାଓ କ୍ୟାମ୍ପର ସୁରାଗ ପାଇଥିଲା ପୋଲିସ । ଏହା ପରେ ଦନ୍ତେୱାଡା ପୋଲିସ ଅପରେସନ ଆରମ୍ଭ କରିଥିଲା। ଜିଲ୍ଲା ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ଭିତରେ ଗୁଳିବିନିମୟ ସମୟରେ ଦୁଇ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏହା ସହିତ ପୋଲିସ ଗୁଳିର ସାମ୍ନା ନ କରି ପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ସଂଗଠନ ।

ଘଟଣାସ୍ଥଳରୁ ବିପୁଳ ବିସ୍ପୋରକ ସାମଗ୍ରୀ ସହିତ ବନ୍ଧୁକ ଜବତ କରିଛି ସୁରକ୍ଷା ବାହୀନି । ନିହତ ନକ୍ସଲ ଦୁଇଜଣ ମଧ୍ୟରୁ ଆୟତ ମାନଦାବି ନକ୍ସଲ ସଂଗଠନରେ ମଖ୍ୟ ଥିଲାବେଳେ ଭିଜେ ମାରକମ ମାଲକାନଗିରି ଅଞ୍ଚଳର ନକ୍ସଲ ସଦ୍ୟସ ଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Dec 29, 2020, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.