ମାଲକାନଗିରି: ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ହେଉଛି କାଲିମେଳା ବ୍ଲକରେ ଛୁଆଙ୍କୁ ଦିଆଯାଉଥିବା ଛତୁଆ । ଏଭଳି ନିମ୍ନମାନର ଛତୁଆ ପ୍ରସ୍ତୁତ ହେଉଥିବା ଅଭିଯୋଗ ଶୁଣି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ପ୍ରସ୍ତୁତି କେନ୍ଦ୍ରକୁ ଅଚାନକ ଗସ୍ତ କରି ଦାୟିତ୍ବରେ ଥିବା ଭାରପ୍ରାପ୍ତ CDPO ଲତା ମଞ୍ଜୁଳା ପ୍ରଧାନ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।
କାଲିମେଳା ବ୍ଲକର ଏମପିଭି-27 ଓ ଏମପିଭି-35 ଗ୍ରାମର ଛତୁଆ ପ୍ରସ୍ତୁତି କେନ୍ଦ୍ରର ସ୍ଥିତି ଅତ୍ୟନ୍ତ ଦୟନୀୟ । କୁନି କୁନି ଶିଶୁଙ୍କୁ ଏଭଲି ଛତୁଆ ଦିଆଯାଉଥିବାରୁ ଗ୍ରାମବାସୀ ଏ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।
ଏହା ପରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଅଚାନକ କାଲିମେଳା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମଧ୍ୟ ଯାଞ୍ଚ କରିବା ସହ ଏହି ଦୁଇ କେନ୍ଦ୍ରକୁ ମଧ୍ୟ ଗସ୍ତ କରିଥିଲେ । ଏଠାରେ ସ୍ଥିତି ପରିଖିବା ପରେ ସେ ତୁରନ୍ତ ଆକ୍ସନ ନେଇଥିବା ଜଣାପଡିଛି ।
ମାଲକାନଗିରି ଜିଲ୍ଲାରୁ ଜୟନ୍ତ ତିଆଡି ଇଟିଭି ଭାରତ