ETV Bharat / state

ରାକ୍ଷୀ ପାଇଁ ଭାଇ ଛାଡିଲା ହିଂସାର ମାର୍ଗ, ଆତ୍ମସମର୍ପଣ କଲା କ୍ୟାଡର ମାଓବାଦୀ

author img

By

Published : Aug 3, 2020, 4:40 PM IST

Updated : Aug 3, 2020, 5:04 PM IST

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ।

cadre maoists surrender to police
ରାକ୍ଷୀ ପାଇଁ ଭାଇ ଛାଡିଲା ହିଂସାର ମାର୍ଗ,

ମାଲକାନଗିରି: ଭାଇ-ଭଉଣୀର ସେ ଅତୁଟ ସ୍ନେହ ସମ୍ପର୍କ ଆଗରେ ହାର ମାନିଛି ହିଂସା । ନିଜ ସୁନାନାକି ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ ମାଓ ସଙ୍ଗଠନ ଛାଡିଲେ କ୍ୟାଡର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ।

ଆଜି ଭାଇ-ଭଉଣୀଙ୍କ ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା । କୁହାଯାଏ ଏହି ଦିନ ଭାଇ ହାତରେ ଭଉଣୀ ସ୍ନେହର ଡୋରୀ ରାକ୍ଷୀକୁ ବାନ୍ଧିଥାଏ । ଆଉ ଭାଇ ବି ସର୍ବଦା ନିଜ ଭଉଣୀକୁ ସମସ୍ତ ବିପଦରୁ ରକ୍ଷା କରିବାର ବଚନ ଦିଏ । ତେବେ ଭଉଣୀଙ୍କ ଆହ୍ବାନ କ୍ରମେ ମାଓ କ୍ୟାଡର ମଲ୍ଲା ତାମୋ ଲାଲ ସଙ୍ଗଠନ ଛାଡିଛନ୍ତି ।

ରାକ୍ଷୀ ପାଇଁ ଭାଇ ଛାଡିଲା ହିଂସାର ମାର୍ଗ,

ସେ ଦୀର୍ଘ 13 ବର୍ଷ ପରେ ଆଜି ପୋଲିସ ଉପସ୍ଥିତିରେ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧିଛନ୍ତି । ସେ ପଶ୍ଚିମ ବସ୍ତର ଏରିଆ କମିଟିର ପ୍ଲାଟୁନ ନଂ ୧୩ର ଡେପୁଟି ପ୍ଲାଟୁନ କମାଣ୍ଡର ଥିଲେ ମଲ୍ଲା ତାମୋ ଗତ ୧୩ ବର୍ଷ ଧରି ସଙ୍ଗଠନରେ ସକ୍ରିୟ ରହି ବହୁ ବଡ ବଡ ହିଂସାକାଣ୍ଡ ଘଟାଇଥିଲେ ।

ତାଙ୍କ ନାଁରେ ୧୩ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଥିଲା । ଭଉଣୀଙ୍କ ଆହ୍ବାନ କ୍ରମେ କ୍ୟାଡର ମାଓବାଦୀ ଲାଲ ସଙ୍ଗଠନ ଛାଡିଛନ୍ତି । ତେବେ ମଲ୍ଲା ଠିକ ରାଖି ଅବସରରେ ଦାନ୍ତେଓାଡା ଏସପି ଓ ସିଆରପିଏଫ ଡିଆଜିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।

ମାଲକାନଗିରି ଦେବଦତ୍ତ ବେହେରାଷ ଇଟିଭି ଭାରତ

Last Updated : Aug 3, 2020, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.