ETV Bharat / state

ତମ୍ବାଖୁ ବର୍ଜନ ନେଇ ବିଏସଏଫ ଯବାନଙ୍କ ସଚେତନତା

ବିଶ୍ବ ତମ୍ବାଖୁ ବର୍ଜନ ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ଗୋବିନ୍ଦପଲ୍ଲୀ ଠାରେ ୧୫୧ ବିଏସଏଫ ବାଟାଲିୟନ ତରଫରୁ ସଚେତନତା କରାଯାଇଛି । ଅଧିକ ପଢନ୍ତୁ...

ତମ୍ବାଖୁ ବର୍ଜନ ନେଇ ବିଏସଏଫ ଯବାନଙ୍କ ସଚେତନତା
ତମ୍ବାଖୁ ବର୍ଜନ ନେଇ ବିଏସଏଫ ଯବାନଙ୍କ ସଚେତନତା
author img

By

Published : Jun 26, 2020, 5:21 PM IST

Updated : Jun 26, 2020, 9:00 PM IST

ମାଲକାନଗିରି: ବିଶ୍ବ ତମ୍ବାଖୁ ବର୍ଜନ ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ଗୋବିନ୍ଦପଲ୍ଲୀ ଠାରେ ୧୫୧ ବିଏସଏଫ ବାଟାଲିୟନ ତରଫରୁ ସଚେତନତା କରାଯାଇଛି ।

ତମ୍ବାଖୁ ବର୍ଜନ ନେଇ ବିଏସଏଫ ଯବାନଙ୍କ ସଚେତନତା

ଯବାନ ମାନେ ତମ୍ବାଖୁ ବର୍ଜନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେବା ସହ ସହର ସାରା ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ଏହାର ଭୟାବହତା ଉପରେ ବୁଝାଇଥିଲେ । ତମ୍ବାଖୁ ଦ୍ଵାରା ବର୍ଷକୁ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟୁଥିଲେ ମଧ୍ୟ ଲୋକେ ଜାଣି ଶୁଣି ଜୀବନକୁ ବିପଦ ମୁଖରେ ପକାଉଛନ୍ତି । ଏହା ଦ୍ବାରା ବହୁ ପରିବାର କ୍ଷତି ସହୁଛନ୍ତି । ତେବେ ମାଲକାନଗିରି ଜିଲ୍ଲାରେ ବିଏସଏଫ ନକ୍ସଲ ଦମନରେ ନିଜକୁ ନିୟୋଜିତ କରିଥିଲେ ମଧ୍ୟ ସମାଜସେବା କ୍ଷେତ୍ରରେ ମଧ୍ୟ ଆଗଧାଡିରେ ରହିଛନ୍ତି । ଏହି ଅଞ୍ଚଳର ଲୋକଙ୍କ ଜୀବନ ସୁରକ୍ଷା ଦେବା ସହ କୋଭିଡ ମହାମାରୀ ସମୟରେ ସାମାଜିକ ଦୂରତା କିପରି ଲୋକେ ରକ୍ଷା କରିବେ ସେନେଇ ସଚେତନ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jun 26, 2020, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.