ETV Bharat / state

ବିଏସ୍ଏଫ ଆଇଜିଙ୍କ ଟେମରୁପାଲୀ ଗସ୍ତ: ନକ୍ସଲ ଦମନ ନେଇ ବୈଠକ - ବିଏସଏଫ ଆଇଜି ଅପରେସନ ମଧୁସୂଦନ ଶର୍ମା

ମାଲକାନଗିରି ଗସ୍ତରେ ବିଏସଏଫ ଆଇଜି ଅପରେସନ ମଧୁସୂଦନ ଶର୍ମା । ନକ୍ସଲ ଦମନ ନେଇ କଲେ ବୈଠକ । ଅଧିକ ପଢନ୍ତୁ...

ବିଏସ୍ଏଫ ଆଇଜିଙ୍କ ଟେମରୁପାଲୀ ଗସ୍ତ
ବିଏସ୍ଏଫ ଆଇଜିଙ୍କ ଟେମରୁପାଲୀ ଗସ୍ତ
author img

By

Published : Nov 19, 2020, 11:06 AM IST

ମାଲକାନଗିରି: ବିଏସଏଫ ଆଇଜି ଅପରେସନ ମଧୁସୂଦନ ଶର୍ମା ମାଲକାନଗିରି ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଥମେ ସେ ମାଥିଲି ବ୍ଲକ ଦୁର୍ଗମ ଟେମରୁପାଲୀ ଠାରେ ଥିବା ନୂତନ ବିଏସଏଫ କ୍ୟାମ୍ପ ବୁଲି ଦେଖିଛନ୍ତି । ଏଠାରେ ଯବାନଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ମନୋବଳ ଦୃଢ କରିଛନ୍ତି ।

ବିଏସ୍ଏଫ ଆଇଜିଙ୍କ ଟେମରୁପାଲୀ ଗସ୍ତ
ବିଏସ୍ଏଫ ଆଇଜିଙ୍କ ଟେମରୁପାଲୀ ଗସ୍ତ

ବିଏସଏଫ କ୍ୟାମ୍ପରେ ଯବାନମାନଙ୍କୁ ଦୀପାବଳିର ଶୁଭେଚ୍ଛା ମଧ୍ୟ ଦେଇଛନ୍ତି । ପରେ ବିଏସଏଫ ଅଧିକାରୀଙ୍କ ସହିତ ବୈଠକରେ ଯୋଗ ଦେଇଛନ୍ତି । ଯେଉଁଥିରେ ନକ୍ସଲ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ଏହାସହ ନକ୍ସଲ ଅପରେସନକୁ କିପରି ଜୋରଦାର କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି ।

ଗସ୍ତ ସମୟରେ ଦୁର୍ଗମ ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସଏଫର କାର୍ଯ୍ୟସୁ ସେ ପ୍ରଶଂସା କରିଛନ୍ତି । ସୂଚନାଥାଉକି, ଟେମରୁପାଲୀ ଅଞ୍ଚଳରେ ନକ୍ସଲଙ୍କ ଉତ୍ପାତ ବଢୁଥିବାରୁ ଏଠାରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.