ETV Bharat / state

ମହୁପଦରରେ ପ୍ରତିଷ୍ଠା ହେଲା BSF କ୍ୟାମ୍ପ

author img

By

Published : May 29, 2021, 12:20 PM IST

Updated : May 29, 2021, 12:31 PM IST

ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ସୀମାନ୍ତ ଛତିଶଗଡକୁ ଲାଗି ରହିଥିବା ମହୁପଦର ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଅଧିକ ପଢନ୍ତୁ...

BSF କ୍ୟାମ୍ପ ପ୍ରତିଷ୍ଠା
BSF କ୍ୟାମ୍ପ ପ୍ରତିଷ୍ଠା

ମାଲକାନଗିରି: ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ସୀମାନ୍ତ ଛତିଶଗଡକୁ ଲାଗି ରହିଥିବା ମହୁପଦର ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି, କମାଣ୍ଡାଣ୍ଟ, ମାଲକାନଗିରି ଏସପି, ମହୁପଦର ସରପଞ୍ଚ, କମାରପାଲୀ ସରପଞ୍ଚ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ ମଧ୍ୟ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ମହୁପଦର ଅଞ୍ଚଳ ସଂପୂର୍ଣ୍ଣ ଭାବେ ମାଓବାଦୀଙ୍କ କବଜାରେ ରହିଛି । ଏହି ପଞ୍ଚାୟତ ଛତିଶଗଡକୁ ଲାଗିଥିବା ବେଳେ ଏଠାରେ ତୁଳସୀ ପାହାଡ ରହିଛି। ସେଠାରେ ମାଓବାଦୀଙ୍କ ତାଲିମ କ୍ୟାମ୍ପ ମଧ୍ୟ ରହିଛି। ଛତିଶଗଡକୁ ଲାଗି ରହିଥିବାରୁ ନକ୍ସଲ ଛତିଶଗଡରେ ହିଂସା ଘଟାଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରୁଥିଲେ। ସେହିପରି ମାଲକାନଗିରିରେ ହିଂସା ଘଟାଇ ଛତିଶଗଡର ପୁସପାଲ ଅଞ୍ଚଳକୁ ଚାଲିଯାଉଥିଲେ। ତେଣୁ ଏଠାରେ ଏକ ନୂଆ ବିଏସଏଫ କ୍ୟାମ୍ପ କରିବାକୁ ଦାବି ହୋଇ ଆସୁଥିଲା ।

୧୬୦ ବିଏସଏଫ ବାଟାଲିୟନର ଯବାନ ଏଥର ଏଠାରେ ଦିନରାତି ପଇଁତରା ମାରିବେ ବୋଲି କୁହାଯାଇଛି। ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବାରୁ ନକ୍ସଲ ଜିଲ୍ଲା ଛାଡି ଏବେ ଚାଲିଯାଇଛନ୍ତି । ପୂର୍ବ ଭଳି ଏବେ ଆଉ ଜିଲ୍ଲାରେ ହିଂସା ସେତେଟା ନାହିଁ। ପୋଲିସ ଏବଂ ବିଏସଏଫ ଯବାନଙ୍କ ଘନ ଘନ ଚଢାଉରେ ମାଓବାଦୀ ଏକ ପ୍ରକାର ଭୟଭୀତ ହୋଇପଡିଛନ୍ତି । ଏହି ଅଞ୍ଚଳର ଆଦିବାସୀ ଲୋକେ ବିଏସଏଫ ଯବାନଙ୍କୁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : May 29, 2021, 12:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.