ETV Bharat / state

ଲାଲଗଡରେ ବିଏସଏଫ ଏଡିଜି, ଜିଲ୍ଲାକୁ ମାଓମୁକ୍ତ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ - ମାଲକାନଗିରିରେ ବିଏସଏଫ ଏଡିଜି

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଗୁରୁପ୍ରିୟା ସେତୁ ପରିଦର୍ଶନ କରିଛନ୍ତି ବିଏସଏଫର ଏଡିଜି ଏବଂ ଆଇଜି । ଜିଲ୍ଲାକୁ ମାଓମୁକ୍ତ ଅଞ୍ଚଳ କରିବାକୁ ଏକ ବଡଧରଣର ଯୋଜନା ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରିକୁ ମାଓମୁକ୍ତ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

author img

By

Published : Nov 14, 2020, 8:11 PM IST

Updated : Nov 14, 2020, 9:07 PM IST

ମାଲକାନଗିରି: ବିଏସଏଫର ଏଡିଜି ଏସଏଲ ଥାଅସଙ୍ଗ ଏବଂ ବିଏସଏଫ ଆଇଜି ମଧୁସୂଦନ ଶର୍ମା ମାଲକାନଗିରି ଜିଲ୍ଲାର ଲାଲଗଡ କୁହାଯାଉଥିବା ଚିତ୍ରକୁଣ୍ଡାର ଗୁରୁପ୍ରିୟା ସେତୁ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବା ସହ ଜିଲ୍ଲା ପୋଲିସ ଏବଂ ବିଏସଏଫ ମଧ୍ୟରେ କିଭଳି ଭଲ ସମନ୍ୱୟ ରହିବ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି ।

ମାଲକାନଗିରିକୁ ମାଓମୁକ୍ତ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ସେହିପରି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ଶୀତବସ୍ତ୍ର, ପୋଷାକ, ଶାଢ଼ୀ, ପାଠ୍ୟ ଉପକରଣ ଏଭଳି ବିଭିନ୍ନ ଉପକରଣ ପ୍ରଦାନ କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ବର୍ତ୍ତମାନ ଅଧାରୁ ଅଧିକାଂଶ ଅଞ୍ଚଳ ପୋଲିସ ଅକ୍ତିଆରରେ ଥିବାବେଳେ ଏବେବି ଯନ୍ତ୍ରୀ, ଆଣ୍ଡ୍ରାପାଲ୍ଲୀ ପଞ୍ଚାୟତ ଏବଂ ପଣସପୁଟ ପଞ୍ଚାୟତର କିଛି ଅଂଶ ମାଓବାଦୀଙ୍କ କବ୍‌ଜାରେ ରହିଛି । ତେଣୁ ସେହି ଅଞ୍ଚଳକୁ କିଭଳି ମାଓମୁକ୍ତ କରାଯିବ ଏବଂ ଲୋକେ କିଭଳି ଶାନ୍ତିରେ ରହିବେ ସେଥିପାଇଁ ପୁଲିସ ଏକ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ବିଏସଏଫ, ଏସଓଜି, ଡିଏଭି ଏବଂ ଆଇଆରବି ସୁରକ୍ଷା ଯବାନଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ ଏବଂ ଆନ୍ଧ୍ର ସହ କିଭଳି ଜଏଣ୍ଟ ଅପରେସନ ସଫଳ ହେବ ସେଥିପାଇଁ ଏକ ବଡ଼ ଧରଣର ଅପରେସନ ପାଇଁ ଯୋଜନା କରାଯାଉଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ଏଓବି ଆନ୍ଧ୍ର-ଓଡିଶା ବୋର୍ଡର ଜର୍ଣ୍ଣାଲ କମିଟି ମାଓ ସଙ୍ଗଠନ ବେଶ୍ ସକ୍ରିୟ ରହିଛି । ଟପ୍ କ୍ୟାଡର ମାଓବାଦୀ ଆରକେ ଏବଂ ଉଦୟ ଭଳି ନେତାକୁ ଟାର୍ଗେଟ କରି କିଭଳି ମାଓ ସଙ୍ଗଠନ ସମ୍ପୂର୍ଣ୍ଣ ନିପାତ ହେବ ସେନେଇ ମଧ୍ୟ ଏକ ବଡ଼ ଯୋଜନା କରାଯାଉଥିବା ଅନୁମାନ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Nov 14, 2020, 9:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.