ETV Bharat / state

ଗୁଣିଗାରେଡ଼ି ସନ୍ଦେହରେ ବିଭତ୍ସ ହତ୍ୟା: ମୁଣ୍ଡ କାଟି ପୋତି ଦେଲେ - ମାଲକାନଗିରିରେ ବିଭତ୍ସ ହତ୍ଯାକାଣ୍ଡ

ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ । ପ୍ରମାଣ ନଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯିବା ସହ ବଳକା ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି । ମୁଣ୍ଡ କାଟି ଜାଳିବା ସହ ଶରୀରକୁ ନଦୀକୂଳରେ ପୋତି ଦିଆଯାଇଛି। ଅଧିକ ପଢନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ବିଭତ୍ସ ହତ୍ଯାକାଣ୍ଡ
ଗୁଣିଗାରେଡ଼ି ସନ୍ଦେହରେ ବିଭତ୍ସ ହତ୍ଯାକାଣ୍ଡ
author img

By

Published : Dec 20, 2020, 10:33 AM IST

ମାଲକାନଗିରି: ଗୁଣି ଗାରେଡ଼ି ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ । ପ୍ରମାଣ ନଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯିବା ସହ ବଳକା ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି । ମୁଣ୍ଡ କାଟି ଜାଳିବା ସହ ଶରୀରକୁ ନଦୀକୂଳରେ ପୋତି ଦିଆଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ।

ଗୁଣିଗାରେଡ଼ି ସନ୍ଦେହରେ ବିଭତ୍ସ ହତ୍ଯାକାଣ୍ଡ

ଶୁକ୍ରବାର ବିଳମ୍ବିତ ରାତିରେ ନନ୍ଦାଗୁଡା ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନାଙ୍କୁ ଘରୁ ଡାକି ନେଇଥିଲେ । ଏହାପରେ ତାଙ୍କୁ ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୃତଦେହକୁ ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ପୋଡିଦେଇଥିବା ବେଳେ ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠାରେ ପୋତି ଦେଇଥିଲେ।

ଶନିବାର ସକାଳେ ମୃତ କାରାମ କାନାଙ୍କ ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଆସି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପଡିଆ ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଏସଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିବା ସହ ମୃତ ଶରୀର ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ।

ଏଥିସହ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ଉପସ୍ଥିତିରେ ମୃତଦେହକୁ ଗଭୀର ବାଲିରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହ କରି ଗ୍ରାମର କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.