ETV Bharat / state

ଚିତ୍ରକୋଣ୍ଡାରୁ ଟିକେଟ ଫାଇନାଲ କଲା ବିଜେପି, ବରିଷ୍ଠ ନେତାଙ୍କ ଅସନ୍ତୋଷ

ଚିତ୍ରକୋଣ୍ଡା ଆସନ ପାଇଁ ପଦୁ ମାଝୀଙ୍କୁ ଟିକେଟ୍ ଦେଇଛି ବିଜେପି । ଏହାକୁ ନେଇ ଦଳୀୟ କନ୍ଦଳ ସାମ୍ନାକୁ ଆସିଛି । ଜଣେ ଗଞ୍ଜେଇ ବ୍ୟବସାୟୀକୁ କିପରି ଟିକେଟ୍‌ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତା ।

author img

By

Published : Mar 24, 2019, 7:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳୀୟ କନ୍ଦଳ ପଦାରେ ପଡିଛି । ଟିକେଟ୍‌କୁ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଟିକେଟ୍‌ ନ ପାଇ ଅନେକ ଆଶାୟୀ ବିଦ୍ରୋହ କରୁଥିବା ବେଳେ ମାଲକାନଗିରିରେ ମଧ୍ୟ ଟିକେଟ୍‌କୁ ନେଇ ବିଦ୍ରୋହ ମୁଣ୍ଡ ଟେକିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରିର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳ ପାଇଁ ବିଜେପି ପଦୁ ମାଝିଙ୍କୁ ଟିକେଟ୍‌ ଦେଇଛି । ଯାହାକୁ ନେଇ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ପ୍ରଶ୍ନ ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଶ୍ରୀ ମାଝି ଓବିସି ବର୍ଗର ହୋଇଥିବା ବେଳେ କିପରି ଆଦିବାସୀ ଜାତିଗତ ପ୍ରମାଣ ପତ୍ର ପାଇଲେ ? କେବଳ ସେତିକି ନୁହେଁ ପଦୁ ମାଝୀ ଜଣେ ଗଞ୍ଜେଇ ବ୍ୟବସାୟୀ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଦୋରା । ଏଥିପାଇଁ ସେ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାଇଛନ୍ତି ।

ତେଣୁ ପୁଣି ଥରେ ଦଳ ଚିତ୍ରକୋଣ୍ଡା ଆସନ ପାଇଁ ପ୍ରାର୍ଥୀ ବିଚାର କରୁ ବୋଲି କର୍ମୀମାନେ ଦାବି କରିଛନ୍ତି । ଏଥିସହ ପଦୁ ମାଝୀଙ୍କୁ ନିର୍ବାଚନ ଲଢିବା ପାଇଁ ଅନୁମତି ନ ଦେବାକୁ ଅନୁରୋଧ କରିଛନ୍ତି । ଆଗକୁ ଦଳର ଏହି ନିଷ୍ପତ୍ତି ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ ବୋଲି ପ୍ରହଲ୍ଲାଦ ଦୋରା କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ନିର୍ବାଚନ କାଉଣ୍ଟଡାଉନ: କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି

କଟକ: ପାଖେଇ ଆସିଲାଣି 2019 ସାଧାରଣ ନିର୍ବାଚନ । ଏନେଇ ଚଳଚଞ୍ଚଳ ସିଲଭର ସିଟି । ଏନେଇ ଆସନ୍ତା ନିର୍ବାଚନରେ କଡା ଆଭିମୁଖ୍ୟ ଗ୍ରହଣ କରିବ କମିଶନରେଟ ପୋଲିସ । ଯେପରି ଅବାଧ ଓ ମୁକ୍ତ ରୂପରେ ନିର୍ବାଚନ ସମ୍ପାଦନ ହେବ ସେନେଇ ନଜର ରଖିଛି ପୋଲିସ । ଏଯାବତ ଟ୍ୱିନସିଟିରେ ନିର୍ବାଚନୀ ଭିତ୍ତିକ ହିଂସା ସାମ୍ନାକୁ ଆସିନାହିଁ । ଏହି ସ୍ଥିତି ନିର୍ବାଚନ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । 

ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ନିର୍ବାଚନରେ କମିଶନରେଟ ପୋଲିସକୁ ମିଳିଛି ଗୁରୁ ଦାୟିତ୍ବ । ଯେପରି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପ୍ରତି କଡା ନଜର ରଖିବ ପୋଲିସ ବିଭାଗ । ଏହାସହିତ ନେତା ଦଳ ଓ ପ୍ରାର୍ଥୀମାନେ କରିବାକୁ ଥିବା ରାଲି, ସଭା ପାଇଁ କମିଶନରେଟ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ । ଏହାସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ସୁରକ୍ଷା ଓ ପାଟ୍ରୋଲିଂ ଦିଗରେ ବେଶ ତତ୍ପରତା ଦେଖାଇଛି କଟକ ୟୁପିଡ଼ି ପୋଲିସ । 

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ନିର୍ବାଚନରେ କଟକର 350 ବୁଥ ଓ 3ଟି ନିର୍ବାଚନ ମଣ୍ଡଳୀ (ନିଆଳି, ସାଲେପୁର ,ବାରବାଟୀ)କୁ ବେଶ ସମ୍ବେଦନଶୀଳ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।

କଟକରୁ ପ୍ରଭୁ୍କଲ୍ୟାଣ ପାଲ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.