ETV Bharat / state

ମାଲକାନଗିରିରେ ବିଜେପି ରାଜ୍ୟ ସଭାପତି, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର - manmohan samal Malkangiri visit

ଶନିବାର ଦିନ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲି ଓ ବାଲିମେଳା ସହିଦ ଯବାନଙ୍କ ପୀଠରୁ ମାଟି ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ମାଲକାନଗିରି ଗସ୍ତରେ ବିଜେପି ରାଜ୍ଯ ସଭାପତି
ମାଲକାନଗିରି ଗସ୍ତରେ ବିଜେପି ରାଜ୍ଯ ସଭାପତି
author img

By ETV Bharat Odisha Team

Published : Sep 17, 2023, 9:06 AM IST

ମାଲକାନଗିରି ଗସ୍ତରେ ବିଜେପି ରାଜ୍ଯ ସଭାପତି

ମାଲକାନଗିରି: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶନିବାର ଦିନ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲି ଓ ବାଲିମେଳା ଶହୀଦ ଯବାନଙ୍କ ପୀଠରୁ ମାଟି ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଜିଲ୍ଲା ସଦର ମହକୁମା ଠାରେ କାର୍ଯ୍ୟକାରୀ ବୈଠକରେ ଯୋଗ ଦେଇ ସାଙ୍ଗଠନିକ କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି ।

ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଶନିବାର ଦିନ ମୋ ମାଟି ମୋ ଦେଶ ଅଭିଯାନରେ ସାମିଲ ହେବା ସହ ମାଟି ସଂଗ୍ରହ କରିଛନ୍ତି ମନମୋହନ ସାମଲ । ଏହି ମାଟି ଦିଲ୍ଲୀ ଯିବ, ସେଠାରେ ଶହୀଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ । ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି ।

ତେବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲି ଓ ବାଲିମେଳା ଅଞ୍ଚଳର ଶହୀଦ ସୁନୀଲ କୁମାର ରାଉଳ ଏବଂ ଶହୀଦ ଶିବବ୍ରତ ଦାସଙ୍କ ଘରକୁ ଯାଇ ସେମାନଙ୍କ ପରିବାରଙ୍କୁ ସମ୍ମାନିତ କରିବା ସହ ମାଟି ସଂଗ୍ରହ କରିଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାଏକ, ରାଜ୍ୟ ସଂପାଦକ ସରୋଜ କର, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ.. ମନମୋହନଙ୍କ ଦୃଢୋକ୍ତି, ଏଥର ଓଡିଶାରେ ବିଜେପି ସରକାର

ଏହାମଧ୍ୟ ପଢନ୍ତୁ.. କୋରାପୁଟ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ

ଅନ୍ୟପଟେ ଶନିବାର ମାଲକାନଗିରି ଗସ୍ତ ପରେ ରବିବାର ଦିନ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ମନମୋହନ ସାମଲ । ତେବେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମୋ ମାଟି ମୋ ଦେଶ ଅଭିଯାନ ଜରିଆରେ ସମଗ୍ର ଦେଶରୁ ବୀର ଶହୀଦମାନଙ୍କ ମାଟି ସଂଗ୍ରହ କରାଯାଉଛି । ଏହି ଅବସରରେ ବିଜେପି ନେତାମାନେ ଜିଲ୍ଲାକୁ ଜିଲ୍ଲା ବୁଲି ସହିଦମାନଙ୍କ ମାଟି ସଂଗ୍ରହ କରୁଛନ୍ତି । ଏହି ମାଟି ଦିଲ୍ଲୀ ଯାଇ ସେଠାରେ ସ୍ମାରକୀ ପ୍ରତିଷ୍ଠା ହେବ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.