ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ସାମ୍ବାଦିକ ସମ୍ମିଳନୀ, ପାଲଟା ଜବାବ ଦେଲା BJD - ମାଲକାନଗିରି ବିଜେପିର ସାମ୍ବାଦିକ ସମ୍ମଳନୀ

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତର ଦିନକ ପୂର୍ବରୁ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଜିଲ୍ଲାର ଉନ୍ନତି ପାଇଁ ୪ ଦଫା ଦାବି କରାଯାଇଛି। ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ବିଜେପିର ସାମ୍ବାଦିକ ସମ୍ମଳନୀ, ବିଜେଡିର ପାଲଟା ଜବାବ

author img

By

Published : Aug 19, 2021, 5:25 PM IST

Updated : Aug 19, 2021, 7:46 PM IST

ମାଲକାନଗିରି: ଆସନ୍ତାକାଲି ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହାର ଦିନକ ପୂର୍ବରୁ ମାଲକାନଗିରି ଜିଲ୍ଲା ବିଜେପିର ସଭାପତି ତଥା ବିଧାୟକ ଆଦିତ୍ୟ ମାଢିଙ୍କ ନେତୃତ୍ବରେ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇ ଜିଲ୍ଲାର ଉନ୍ନତି ପାଇଁ ୪ ଦଫା ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଭାରୀ କାଳିରାମ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲାରେ ଏକ ସୁପର ସ୍ପେସାଲିଷ୍ଟ ହସପିଟାଲ ନିର୍ମାଣ କରାଯିବା ସହ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଶେଷଜ୍ଞ ନିଯୁକ୍ତି ଦିଆଯାଉ। ମାଲକାନଗିରି ମେଡିକାଲରେ ଡାକ୍ତରଙ୍କର ଘୋର ଅଭାବ ରହିଛି। ଏହାକୁ ତୁରନ୍ତ ପୂରଣ କରାଯାଉ। ମାଲକାନଗିରି ଏକ ଅନୁସୂଚିତ ଜନଜାତି ବହୁଳ ଜିଲ୍ଲା ଅଟେ। ଏଣୁ, ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ। ଆଉ ଯେଉଁମାନେ ଜମି ପଟ୍ଟା ପାଇଛନ୍ତି, ସେମାନଙ୍କର ଜାଗା ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଦାନ କରାଯାଉ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ସାମ୍ବାଦିକ ସମ୍ମିଳନୀ, ପାଲଟା ଜବାବ ଦେଲା BJD

ସେହିପରି ଏହା ଏକ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ ଚାଷୀଙ୍କୁ ଠିକ ସମୟରେ ସାର ପ୍ରଦାନ କରାଯାଉ। ଉତ୍ପାଦିତ ସମସ୍ତ କୃଷିଜାତ ଦ୍ରବ୍ୟକୁ ସରକାର କିଣିବା ପାଇଁ ନିଷ୍ପତ୍ତି କରାଯାଉ। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ମଣ୍ଡି ମାଧ୍ୟମରେ ବିକ୍ରି କରିଥିଲେ ମଧ୍ୟ ଏବେ ସୁଦ୍ଧା ଟଙ୍କା ପାଇପାରି ନାହାନ୍ତି। ସେହିପରି ମାଲକାନଗିରି ପୌର ପରିଷଦର ଉନ୍ନତିକରଣ କରାଯାଉ। ବର୍ଷା ଜଳ ନିଷ୍କାସନ ଏବଂ ଡ୍ରେନେଜ ବ୍ୟବସ୍ଥା ସୁଦୃଢ କରାଯାଉ ବୋଲି ବିଜେପି ଦାବି କରିଥିଲା। ଏହି ଦାବି ଗୁଡିକ ଉପରେ ମୁଖ୍ୟମନ୍ତ୍ରୀ କ’ଣ ଉତ୍ତର ଦେବେ ଜନତାଙ୍କୁ ଜଣାନ୍ତୁ ବୋଲି ଦାବି କରିଛି ବିଜେପି । ଏଥିସହ ଜନତାଙ୍କୁ ଲଲିପପ୍ ଦେଇ ଭକୁଆ ବନାଇବା ବନ୍ଦ କରନ୍ତୁ ବୋଲି ବିଜେପି କହିଛି। ଅନ୍ୟପଟେ ଏହି ଗସ୍ତକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଜନହିତକର କାର୍ଯ୍ୟକୁ ହାତକୁ ନେଉଥିବା କହିଛନ୍ତି । ତେଣୁ, ଲୋକମାନଙ୍କ ସାର୍ଟିଫିକେଟ ହିଁ ସର୍ବଶ୍ରେଷ୍ଠ ବୋଲି ସେ କହିଛନ୍ତି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସୁଥିବାରୁ ମାଲକାନଗିରି ବିଜେପି ସଭାପତି ଆଦିତ୍ୟ ମାଢିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟିବା ସହ ମାଲାକନଗିରିରେ ରେଳପଥ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ ଏବଂ କିପରି ରେଳପଥ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ସେନେଇ ମଧ୍ୟ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କୁହାଯାଇଛି। ସେହିପିର ପୋଲାଭରମ ପ୍ରକଳ୍ପରେ ମାଲାକନଗିରି ଜିଲ୍ଲାର କେତେ ଗାଁ, କେତେ ଜମି, କେତେ ଜଙ୍ଗଲ ପାଣିରେ ବୁଢୁଛି ସେନେଇ ରାଜ୍ୟ ସରକାର ଏବେ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ପ୍ରଦାନ କରିନଥିବା ଦେଖିବାକୁ ମିଳିଛି। ସେହିପରି ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ଦିନକୁ ଦିନ ବଢୁଥିବାରୁ ଏହାର ତଦନ୍ତ କରାନଯାଇ ଯୋଜନା ଉପରେ ଯୋଜନା କରାଯାଉଥିବା ନେଇ ବିଜେପି ଅଭିଯୋଗ କରିଥିଲା। ଗତ କିଛି ଦିନ ତଳେ ଆଇଟିଡିଏରେ ହୋଇଥିବା ଦୁର୍ନୀତିର ଆଜି ପର୍ଯ୍ୟନ୍ତ ତଦନ୍ତ ହୋଇପାରିଲା ନାହିଁ। ଏହି ଘଟଣାରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ବିଜେପିର ସାମ୍ବାଦିକ ସମ୍ମଳନୀ, ବିଜେଡିର ପାଲଟା ଜବାବ

ମାଲକାନଗିରି ଜିଲ୍ଲାରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବେ ବୋଲି ଜଣାପଡିଛି। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭ ଉଦଘାଟନ କରିବେ। ଏଥିସହ ମନ୍ତ୍ରୀମାନେ ବିଭିନ୍ନ ବ୍ଲକ ସହ ପଞ୍ଚାୟତ ଗସ୍ତ କରି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନେ ଏହି ବିଜୁ ସ୍ବାସ୍ଥ୍ୟ ଯୋଜନାର ସ୍ମାର୍ଟ କାର୍ଡରେ ପଞ୍ଚିକୃତ ହେବେ ବୋଲି ଜଣାପଡିଛି। ଏହି କାର୍ଡ ଦ୍ବାରା ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ କରିବେ ରାଜ୍ୟ ସରକାର ଏବଂ ଏହି ଅର୍ଥ ରାଶିର ଉପଯୋଗ ହୋଇଗଲା ପରେ ପରିବାରର ମହିଳା ସଦସ୍ୟମାନେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସେବା ପାଇପାରିବେ। ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସାତୋଟି ବ୍ଲକରେ ବ୍ୟାପକ ଜନସଚେତନତା କରାଯାଉଛି। ବିଭିନ୍ନ ଗ୍ରାମରେ ଲିଫଲେଟ ସହ ବଡ ବଡ ହୋଡିଂ ମଧ୍ୟ ଲଗାଯାଉଛି।

ସମସ୍ତ ବ୍ଲକ ପ୍ରଶାସନ ତରଫରୁ ହିତାଧିକାରୀ ଚୟନ ଏବଂ କାର୍ଡ ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ଆଜି(ଗୁରୁବାର) ଯାଜପୁର ବିଧାୟକ ତଥା ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ମାଲକାନଗିରିରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି। ଆଜି କର୍ମୀମାନଙ୍କୁ ନେଇ ସର୍କିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେନେଇ ସମସ୍ତଙ୍କୁ ପରାମର୍ଶ ଏବଂ ଦାୟୀତ୍ବ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୮ଟି ମନ୍ତ୍ରୀ ମାଲକାନଗିରି ଗସ୍ତ କରି ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତକୁ ଯାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ବୋଲି ଜଣାପଡିଛି।

ତେବେ ମାଲକାନଗିରି ଗସ୍ତରେ ଆସୁଥିବା ମନ୍ତ୍ରୀମାନେ ହେଲେ ଡ. ଅରୁଣ ସାହୁ, ତୁଷାରକାନ୍ତି ବେହେରା, ସମୀର ରଞ୍ଜନ ଦାଶ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ନବ କିଶୋର ଦାସ, ବିକ୍ରମ କେଶରୀ ଆରୁଖ ପ୍ରମୁଖ । ଏଥିସହ ଇଶ୍ବର ପାଣିଗ୍ରାହୀ, ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଚନ୍ଦ୍ର ସାରଥୀ ବେହେରା, ମାନସ ମମାଡକାମୀ, ଦୁର୍ଗା ପ୍ରସାଦ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ନୃସିଂହ ଚରଣ ମହାନ୍ତି, ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated : Aug 19, 2021, 7:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.