ETV Bharat / state

ଦୀର୍ଘ 1 ମାସ ପରେ ଯନ୍ତାରେ ପଡିଲା ଜଙ୍ଗଲୀ ଭାଲୁ

ଦୀର୍ଘ 1 ମାସ ଧରି ବନବିଭାଗ ନିଦ ହଜାଇଥିବା ଭାଲୁକୁ କାବୁ କରିଛି ବନ ବିଭାଗ । ମାଲକାନଗିରି ଜିଲ୍ଲା ବାଲିମେଳା ଚିତ୍ରକୋଣ୍ଡା ଛକର ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Sep 11, 2019, 1:28 PM IST

ମାଲକାନଗିରି: ଶେଷରେ ବନ ବିଭାଗ ଯନ୍ତାରେ ପଡିଛି ଜଙ୍ଗଲୀ ଭାଲୁ । ମାଲକାନଗିରି ଜିଲ୍ଲାରେ ଦୀର୍ଘ 1ମାସ ଧରି ଆତଙ୍କ ଖେଳାଇ ବନ ବିଭାଗର ନିଦ ହଜାଇ ଚର୍ଚ୍ଚାରେ ଥିବା ଭାଲୁକୁ ଶେଷରେ କାବୁ କରିଛି ବନ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ବାଲିମେଳା ଚିତ୍ରକୋଣ୍ଡା ଛକ ଅଞ୍ଚଳରେ ଖାଦ୍ୟ ଅନ୍ବେଷଣରେ ଦୁଇରୁ ତିନୋଟି ଭାଲୁ ନିକଟସ୍ତ ଜଙ୍ଗଲରୁ ପ୍ରତିଦିନ ଆସୁଥିଲେ । ଯେଉଁଥିପାଇଁ ସ୍ଥାନୀୟ ବାସିନ୍ଦା ଭୟରେ ରହୁଥିଲେ । ସନ୍ଧ୍ୟା ହେବା ମାତ୍ରେ ଲୋକେ ତାଟି କବାଟ ବାନ୍ଧି ଘରେ ରହୁଥିଲେ । ଏହାକୁ ଦେଖି ବନ ବିଭାଗ ବାଲିମେଳା ଚିତ୍ରକୋଣ୍ଡା ଛକ ନିକଟରେ ଥିବା ଏକ ହୋଟେଲ ନିକଟରେ ଯନ୍ତା ବସାଇଥିଲା । ଗତକାଲି ରାତିରେ ଭାଲୁଟି ପୂର୍ବଥର ପରି ଖାଦ୍ୟ ଅନ୍ବେଷଣରେ ଆସିବାବେଳେ ଯନ୍ତାରେ ପଡିଯିବାରୁ ବନ ବିଭାଗ ଭାଲୁ ଟିକୁ କାବୁ କରିନେଇଛି ।

ତେବେ ଏହି ଭାଲୁକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଭାଲୁ ସହିତ ଅନ୍ୟ ବନ୍ୟ ଜନ୍ତୁ ଛକ ନିକଟକୁ ସନ୍ଧ୍ୟା ହେଲେ ଆସୁଥିବାରୁ ଲୋକମାନେ ଏବେ ବି ଭୟରେ ଜୀବନ କାଟୁଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ଏକ ମାସ ଧରି ଆତଙ୍କ ଖେଳାଇ ବନ ବିଭାଗର ନିଦ ହଜାଇ ଚର୍ଚ୍ଚାରେ ଥିବା ଭାଲୁକୁ ଶେଷରେ କାବୁ କରିଛି ବନ ବିଭାଗ । Body:ମାଲକାନଗିରି ଜିଲ୍ଲା ବାଲିମେଳା ଚିତ୍ରକୋଣ୍ଡା ଛକ ଅଞ୍ଚଳରେ ଖାଦ୍ୟ ଅନେଶ୍ୱନରେ ଦୁଇ ରୁ ତିନଟି ଭାଲୁ ନିକଟସ୍ତ ଜଙ୍ଗଲରୁ ପ୍ରତିଦିନ ଆସୁଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଭୟରେ ରହିଥିଲେ । ସନ୍ଧ୍ୟା ହେବା ମାତ୍ରେ ଲୋକେ ତାଟି କବାଟ ବାନ୍ଧି ଘରେ ରହୁଥିଲେ । ଏହାକୁ ଦେଖି ବନ ବିଭାଗ ବାଲିମେଳା ଚିତ୍ରକୋଣ୍ଡା ଛକ ନିକଟରେ ଥିବା ଏକ ହୋଟେଲ ନିକଟରେ ଏକ ଯନ୍ତା ବସାଇ ଥିଲା । ପରେ ଖାଦ୍ୟ ଅନେଶ୍ୱନରେ ଆସିଥିବା ଭାଲୁଟି ଯନ୍ତାରେ ପଡିବାରୁ ବନ ବିଭାଗ ଭାଲୁ ଟିକୁ କାବୁ କରିଥିଲେ । ଭାଲୁ ଟିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ନାହିଁ ନଥିବାଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଭାଲୁ ସହିତ ଅନ୍ୟ ବନ୍ୟ ଜନ୍ତୁ ଛକ ନିକଟକୁ ସନ୍ଧ୍ୟା ହେଲେ ଆସୁଥିବାରୁ ଲୋକଙ୍କ ମନରେ ଏବେ ମଧ୍ୟ ଭୟରେ ଥିବା ଜଣା ପଡ଼ିଛି ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡ଼ି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.