ମାଲକାନଗିରି: ଜିଲ୍ଲା ଏମଭି 83 ଗ୍ରାମରେ ଆଜି ବେଲୁନ ସଦୃଶ ପାରାସୁଟ ଉଡି ଆସିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଏକ ଜମିରେ ଏହି ବେଲୁନ ସଦୃଶ୍ୟ ପାରାସୁଟଟି ପଡିଥିବାବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପାରାସୁଟରେ ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ରହିଛି । ତେବେ ଏହା କେଉଁଠୁ ଏବଂ କେମିତି ଆସିଲା ସେନେଇ କୌଣସି ଖବର ନଥିବାବେଳେ ଲୋକେ ଏହାକୁ ଦେଖିବାକୁ ଭିଡ଼ ଜମାଇଛନ୍ତି । ପ୍ରଥମ ଥର ପାଇଁ ଏଭଳି ବେଲୁନ ସଦୃଶ୍ୟ ପାରାସୁଟକୁ ଦେଖି ଲୋକେ ଭୟଭୀତ ଥିବା ଜଣାପଡିଛି । ଘଟଣାସ୍ଥଳରେ ମୋଟୁ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ