ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ରାଜ୍ୟର ଶେଷ ନିର୍ବାଚନ ମଣ୍ଡଳୀ - ବାଲିମେଳା

ସ୍ବାଧୀନତାକୁ ବିତିଲାଣି 72 ବର୍ଷ । ହେଲେ ଆଜି ଯାଏଁ ବିଭିନ୍ନ ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି ରାଜ୍ୟର ଶେଷତମ ନିର୍ବାଚନ ମଣ୍ଡଳୀର ଆଦିବାସୀ ବାସିନ୍ଦା । ଏ ହେଉଛି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମୁଖ୍ୟ ଭାଗ ବାଲିମେଳାର ଦୃଶ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 6, 2019, 4:38 PM IST

ମାଲକାନଗିରି: ସ୍ବାଧୀନତାକୁ ବିତିଲାଣି 72 ବର୍ଷ । ହେଲେ ଆଜି ଯାଏଁ ବିଭିନ୍ନ ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି ରାଜ୍ୟର ଶେଷ ନିର୍ବାଚନ ମଣ୍ଡଳୀର ଆଦିବାସୀ ବାସିନ୍ଦା । ଏ ହେଉଛି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମୁଖ୍ୟ ଭାଗ ବାଲିମେଳାର ଦୃଶ୍ୟ । ଯେଉଁଠାରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅପହଞ୍ଚ ପାଲଟିଛି ସ୍ବାସ୍ଥ୍ୟସେବା । ଏନେଇ ଦେଖନ୍ତୁ ଇଟିଭି ଭାରତର ଏକ୍ସକ୍ଲୁସିଭ୍‌ ରିପୋର୍ଟ:

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଚିତ୍ରକୋଣ୍ଡାର ମୁଖ୍ୟ ଭାଗ ବାଲିମେଳା ଉପରେ ନିର୍ଭରଶୀଳ ପ୍ରାୟ 25ଟି ପଞ୍ଚାୟତର ହଜାର ହଜାର ଆଦିବାସୀ । ତେବେ ହଜାର ହଜାର ଲୋକଙ୍କ ପାଇଁ ଏଠାରେ ଏକମାତ୍ର ଭରସା ସାଜିଥିବା ଚିକିତ୍ସାଳୟର ଅବସ୍ଥା କିନ୍ତୁ ଶୋଚନୀୟ । ନା ଅଛନ୍ତି ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନା ଅଛି ରୋଗୀଙ୍କ ପାଇଁ କୌଣସି ସୁବିଧା । ଫଳରେ କାହିଁ କେତେ ବର୍ଷରୁ ଏଠାରେ ରୋଗୀଙ୍କ ପାଇଁ ଭଗବାନ ପାଲଟିଛନ୍ତି ଡାକ୍ତରଖାନାରେ ଥିବା ଫାର୍ମାସିଷ୍ଟ ।

ଏତେ ବଡ ଅଞ୍ଚଳ ପାଇଁ ଗୋଟିଏ ମୁଖ୍ୟ ଚିକିତ୍ସାଳୟ ଥିବା ବେଳେ ଏହାର ଅବସ୍ଥା ରହିଛି ବେଶ୍‌ ଶୋଚନୀୟ । ଏହାର ଅବସ୍ଥା ଦେଖିଲେ ଦୂରାବସ୍ଥା ସ୍ପଷ୍ଟ ଭାବେ ବାରି ହୋଇପଡେ । ଡାକ୍ତରଖାନାରେ ରୋଗୀଙ୍କ ପାଇଁ 20ଟି ବେଡ୍‌ ଥିବା ବେଳେ ଏଠାରେ ବର୍ତ୍ତମାନ ଆଡ୍‌ମିଟ୍‌ ଅଛନ୍ତି 100ରୁ ଉର୍ଦ୍ଧ୍ବ ରୋଗୀ । ଅନ୍ୟପଟେ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନଥିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ୱାର୍ଡ ଆଗରେ ତାଲା ଝୁଲିଛି । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ମିଳିନାହିଁ କୌଣସି ସୁଫଳ ।

ତେବେ ଏସମ୍ପର୍କରେ ଇଟିଭି ଭାରତ ଟିମ୍‌ ଲୋକଙ୍କ ସହ ସିଧାସଳଖ କଥା ହେବା ସହ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଦେଖିଥିଲେ । ଏହାପରେ ଜଣା ପଡିଥିଲା ଯେ ଡାକ୍ତରଖାନାରେ ଅନେକ ପଦବୀ ଥିବା ସତ୍ତ୍ବେ ଅଛନ୍ତି ମାତ୍ର 2 ଜଣ ଡାକ୍ତର । ଯାହାଙ୍କ ମଧ୍ୟରେ ଜଣେ ପ୍ରତି ମାସରେ ଛୁଟି ନେଉଛନ୍ତି । ଫଳରେ ଜଣେ ଡାକ୍ତରଙ୍କ ପାଇଁ ଏକୁଟିଆ ସମ୍ପୂର୍ଣ୍ଣ ଡାକ୍ତରଖାନାର କଥା ବୁଝିବା ଅସମ୍ଭବ ହୋଇପଡୁଛି ।

ଅନ୍ୟପଟେ ଜିଲ୍ଲାରେ ରହିଛି ଅନେକ ପୁରୁଣା ଡାକ୍ତରଖାନା । ଯାହାର ଉନ୍ନତିକରଣ କରିବା ପରିବର୍ତ୍ତେ ମାତ୍ର କିଛିଟା ମରାମତି କାର୍ଯ୍ୟ ପରେ ଚାଲୁଛି ଲୋକଙ୍କ ଚିକିତ୍ସା । ତେଣୁ ଉଭୟ ଡାକ୍ତର ଓ ଗୃହର ଅଭାବ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଏସମସ୍ତ ଅସୁବିଧା ସମ୍ପର୍କରେ ବେଶ୍‌ ଅବଗତ ଅଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ରାଜ୍ୟରେ ଲୋକଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ ହୋଇଛି ଅନେକ ଯୋଜନା । ହେଲେ ବିଡମ୍ବନାର ବିଷୟ କି ଏତେ ସବୁ ଯୋଜନା ଥାଇ ବି ଆଜି ଯାଏଁ ମୌଳିକ ସୁବିଧା ଟିକେ ପାଇବାରୁ ବଞ୍ଚିତ ବାଲିମେଳାବାସୀ ।

ମାଲକାନିଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

dffgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.