ETV Bharat / state

ମାଲକାନଗିରିରେ ପକ୍ଷୀ ଗଣନା ଶେଷ; ୫୫ ପ୍ରଜାତିର ପକ୍ଷୀ ଠାବ - ପକ୍ଷୀ ଗଣନା ଶେଷ

Malkangiri bird census: ମାଲକାନଗିରି ବନଖଣ୍ଡରେ ସରିଲା ପକ୍ଷୀ ଗଣନା । ୫୫ଟି ପ୍ରଜାତିର ୧୧,୫୫୪ଟି ପକ୍ଷୀଙ୍କ ମାଲକାନଗିରି ବନଖଣ୍ଡଙ୍କୁ ଆଗମନ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ମାଲକାନଗିରିରେ ପକ୍ଷୀ ଗଣନା ଶେଷ
Annual bird census
author img

By ETV Bharat Odisha Team

Published : Jan 11, 2024, 9:07 AM IST

ସରିଲା ପକ୍ଷୀ ଗଣନା

ମାଲକାନଗିରି: ମାଲକାନଗିରିରେ ଶୀତ ପ୍ରକୋପ ଜାରି ରହିଥିବା ବେଳେ ଆନ୍ତଃପ୍ରବାସୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ବନ ବିଭାଗ ପକ୍ଷରୁ ଜିଲ୍ଲାରେ ଜଳଚର ପକ୍ଷୀ ଗଣନା କରାଯାଇଥାଏ । ଚଳିତ ବର୍ଷ ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଥିବା ୬ଟି ବନାଞ୍ଚଳର ୧୦ଟି ସ୍ଥାନରେ ୧୦ଟି ଟିମଙ୍କୁ ନେଇ ପକ୍ଷୀ ଗଣନା କରାଯାଇଛି ।

ମାଲକାନଗିରି ବନଖଣ୍ଡରେ ଏଥର ୧୧, ୫୫୪ଟି ପକ୍ଷୀଙ୍କ ଆଗମନ ହୋଇଥିବା ଗଣନାରୁ ଜଣାପଡ଼ିଛି । ଏଥିରେ ୫୫ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା । ବିଶେଷକରି ମାଲକାନଗିରି ସତିଗୁଡ଼ା ଜଳଭଣ୍ଡାରରେ ୩୪୯୮ଟି ପକ୍ଷୀ ଅଛନ୍ତି । ସେଥିମଧ୍ୟରୁ ପ୍ରାୟତଃ ୧୦ଟି ପ୍ରଜାତିର ପକ୍ଷୀ ବିଦେଶାଗତ ବୋଲି ଜଣାପଡିଛି । ସେହିପରି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୬୬୫ଟି, ମାଥୁଲି ଶିବସାଗରରେ ୫,୫୫୧ଟି, ସାବେରୀ, ସିଲେରୁ ସଙ୍ଗମସ୍ଥଳ ମୁଗିପଏଟିଂରେ ୧୫୨ଟି, କାଲିମେଳା ମତ୍ସ୍ୟ ବିଭାଗ ବନ୍ଧରେ ୧୩୨୧ଟି, ବାଲିମେଳା ସୋଲୁରକୋଣ୍ଡା ବ୍ୟାରେଜରେ ୩୬୭ଟି ବିଭିନ୍ନ ପ୍ରକାର ପକ୍ଷୀ ଉଡ଼ି ଆସିଛନ୍ତି ।

ଏହି ପକ୍ଷୀ ଗଣନାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ, ମାଥୁଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ମୋଟୁ, କାଲିମେଳା, ବାଲିମେଳା, ଚିତ୍ରକୋଣ୍ଡା ରେଞ୍ଜରଙ୍କ ନେତୃତ୍ବରେ ପ୍ରମୁଖ ବନ ବିଭାଗ କର୍ମଚାରୀମାନେ ପକ୍ଷୀ ଗଣନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଶେଷ, ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ମାଲକାନଗିରି ବନାଞ୍ଚଳର ସତିଗୁଡ଼ା ବନ୍ଧ, ମାଥିଲି ବନାଞ୍ଚଳର ଶିବ ସାଗର ଏବଂ ବାଲିମେଲା ମାଟିବନ୍ଧ ଚିତ୍ରକୋଣ୍ଡାଠାରେ ସର୍ବାଧିକ ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିବା ଦେଖାଯାଇଛି । ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସର୍ବାଧିକ ବିଦେଶାଗତ ପକ୍ଷୀ ଆସିଥିବାରୁ ପକ୍ଷୀପ୍ରେମୀ, ପରିବେଶବିତ୍ ଏବଂ ବନ ବିଭାଗର କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ସେମାନଙ୍କର ସୁରକ୍ଷା ନିମନ୍ତେ ମଧ୍ୟ ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି ।

ଗତ ୮ ତାରିଖରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଥିଲା । ଚଳିତ ବର୍ଷ ପକ୍ଷୀ ଗଣନା ନିମନ୍ତେ ଜାନୁଆରୀ ୮ ତାରିଖରେ କ୍ଷେତ୍ର କର୍ମଚାରୀମାନଙ୍କୁ ପକ୍ଷୀ ବିଶେଷଜ୍ଞ ସନ୍ତୋଷ ପଣ୍ଡା ଏବଂ ଅନୁଗୋଳର ପ୍ରଶିକ୍ଷକ ଆଶୁତୋଷ ମଲ୍ଲିକ ତାଲିମ ପ୍ରଦାନ କରିଥିଲେ । ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପାଲ୍ଲୀ, କୁନ୍ଦନ ସିଂ ଏବଂ ସହକାରୀ ବନ ସଂରକ୍ଷକ ଲିଲୀ ଅମନାତ୍ୟଙ୍କ ସହଯୋଗରେ ପକ୍ଷୀ ଗଣନା କାର୍ଯ୍ୟ ଶୃଙ୍ଖଳିତ ଭାବେ ପରିଚାଳନା ହୋଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.