ETV Bharat / state

ପଦୋନ୍ନତିରେ ଅନିୟମିତତା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Dec 31, 2021, 8:21 PM IST

ପଦୋନ୍ନତିରେ ୨ ଥର ଅନିୟମିତତା ହେବା କାରଣରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପୋଡ଼ିଆ ବ୍ଲକ ମୁଟୁମଗୁଡ଼ା ଗ୍ରାମର ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

ପଦୋନ୍ନତିରେ ଅନିୟମିତତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମାଲକାନଗିରି: ପଦୋନ୍ନତିରେ ୨ ଥର ଅନିୟମିତତା ହେବା କାରଣରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପୋଡ଼ିଆ ବ୍ଲକ ମୁଟୁମଗୁଡ଼ା ଗ୍ରାମର ଅଙ୍ଗନବାଡି କର୍ମୀ । ଘଟଣାରୁ ପ୍ରକାଶ ପୁଷ୍ପାଞ୍ଜଳି ସାମନ୍ତରାୟ ଆଜକୁ ୩୨ ବର୍ଷ ହେବ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ, ତାଙ୍କ ପଛରେ କାର୍ଯ୍ୟ କରିଥିବା ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଛି, ହେଲେ ଆଜି ପର୍ଯ୍ୟନ୍ତ ପୁଷ୍ପାଞ୍ଜଳିଙ୍କୁ ପଦୋନ୍ନତି ଦିଆଯାଉ ନାହିଁ ।

ଗତ କିଛି ବର୍ଷ ମଧ୍ଯରେ ୨ ଥର ପଦୋନ୍ନତି ତାଲିକା ପ୍ରକାଶ ପାଇଥିଲା କିନ୍ତୁ, ପ୍ରଥମ ଥର ପୁଷ୍ପାଞ୍ଜଳି ଦ୍ବିତୀୟ ସ୍ଥାନରେ ଥିଲେ ଓ ଅନ୍ୟଥର ପ୍ରଥମ ସ୍ଥାନରେ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ ପଦୋନ୍ନତି ମିଳିପାରି ନାହିଁ । ତେଣୁ, ସେ ଏସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଜଣାଇଲେ ସୁଦ୍ଧା ଏହାର ସମାଧାନ ନହେବାରୁ ସେ ଆଜିଠାରୁ ତାଙ୍କୁ ନ୍ୟାୟ ମିଳିବା ପ୍ରଯ୍ୟନ୍ତ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.