ETV Bharat / state

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ଗର୍ଭବତୀଙ୍କୁ କାନ୍ଧରେ 8କିମି ବୋହି ଡାକ୍ତରଖାନାରେ ପହଞ୍ଚାଇଲେ - ମାଲାକନଗିରି ଖବର

ଗର୍ଭବତୀଙ୍କୁ ଭାରରେ 8କିମି କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣି ମେଡିକାଲ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି 108 ଆମ୍ବୁଲାନ୍ସ ଡ୍ରାଇଭର । ତାଙ୍କର ଏହି ମାନବିକତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଧିକ ପଢନ୍ତୁ

ambulance driver carried pregnant women on cot
ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ ଡ୍ରାଇଭର
author img

By

Published : Aug 21, 2023, 12:57 PM IST

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି: ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ ଡ୍ରାଇଭର । ଗର୍ଭବତୀଙ୍କୁ ଭାରରେ 8କିମି କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣି ମେଡିକାଲ ନେଇଥିବା ଖବର ମିଳିଛି । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ କିଛି ଏପରି ଚିତ୍ର ସାମ୍ନାକୁ ଆସିଛି । ଅସୁବିଧା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଯେଉଁଭଳି ସହାୟତା କଲେ ତାହା ସାଧୁବାଦ ଯୋଗ୍ୟ ପଦକ୍ଷେପ । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ହେଲେ ସ୍ବାଧୀନତାର 77 ବର୍ଷ ପରେ ରାସ୍ତା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ରୋଗୀକୁ ଷ୍ଟ୍ରେଚରରେ ୧ କିମି ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଖଇରପୁଟ ବ୍ଲକ ମୁଦୁଲିପଡା କିଚପଡା ଗାଁର ବାବୁ କ୍ରିସାନିଙ୍କ ପତ୍ନୀ ଶୁକ୍ରୀ କିର୍ସାନିଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ଏ ନେଇ 108 ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ଆମ୍ବୁଲାନ୍ସ ଆସିଥିଲା ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ପ୍ରାୟ 8 କିମି ଦୂରରେ ଅଟକି ରହିଯାଇଥିଲା । ଏହା ସହ ଚାଷବାସ ସମୟ ଥିବାରୁ ଗାଁରେ କୌଣସି ଲୋକ ଉପସ୍ଥିତ ନଥିଲେ ଯିଏ କି ସହାୟତା କରି ସୁକ୍ରୀକୁ ଆମ୍ବୁଲାନ୍ସ ନିକଟକୁ ଆଣି ପାରିବେ । କେମିତି ସେମାନେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବେ ସୁକ୍ରୀଙ୍କ ସ୍ବାମୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଫୋନ କରି ଜଣାଇଥିଲେ । ଏହି ପରିସ୍ଥିତିରେ ଆମ୍ବୁଲାନ୍ସ ଡ୍ରାଇଭର ନରେଶ ସର୍ଦ୍ଦାର ମାନବିକତାର ପରିଚୟ ଦେଇଥିଲେ ।

ଏହା ବି ପଢନ୍ତୁ...ମାନବିକତା ଦେଖାଇଲେ ତହସିଲଦାର, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ନେଲେ ମେଡିକାଲ

ଘଟଣା ଜାଣିବାପରେ ଆମ୍ବୁଲାନ୍ସ ଡ୍ରାଇଭର ନରେଶ ସର୍ଦାର ବିଳମ୍ବ ନ କରି ନିଜେ କିଚପଡା ଗାଁକୁ ଯାଇ ସୁକ୍ରୀଙ୍କ ସ୍ବାମୀଙ୍କ ସହ ମିଶି ଭାର କରି 8 କିମି ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ନେଇ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ସୁକ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ପରାମର୍ଶ କ୍ରମେ ପୁଣି ତାଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରରେ ପହଞ୍ଚାଇଥିଲେ ନରେଶ । ସେବା ଓ ସହାୟତାର ମାନୋବୃତ୍ତି ପାଇଁ ନରେଶଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ରାଜ୍ୟର ଅନେକ ସ୍ଥାନରେ ଆଜି ବି ରାସ୍ତା ସମସ୍ୟା ରହିଛି । ଲୋକମାନେ ଖରାପ ରାସ୍ତା ପାଇଁ ଶିକ୍ଷା ସ୍ବାସ୍ଥ୍ୟ ଓ ଯାତାୟତରେ ସମସ୍ୟା ଭୋଗୁଛନ୍ତି । ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ନରେଶ ଆମ୍ବୁଲାନ୍ସ ଡ୍ରାଇଭର ଯେଉଁ ମାନବିକତାର ପରିଚୟ ଦେଇଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ବୁଦ୍ଧିଜୀବୀ ମହଲକୁ ନରେଶଙ୍କୁ ପ୍ରଶଂସା କରାଯାଇଛି । ହେଲେ ସ୍ବାଧୀନତାର 77 ବର୍ଷ ପରେ ବି ଆଜି ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.